ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ୨୨ତମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଶପଥ ନେଲେ ବିନୟ କୁମାର ସକ୍ସେନା | ଆଜି ରାଜନିବାଶରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିଲ୍ଲୀ ହାଇକୋର୍ଟଙ୍କ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିପିନ ସାଂଘୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥଗ୍ରହଣ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଗିରିରାଜ ସିଂହ, ଦିଲ୍ଲୀ ସରକାରଙ୍କ ମନ୍ତ୍ରୀମାନଙ୍କ ସମେତ ଉଚ୍ଚ ନ୍ୟାୟାଳୟଙ୍କ ବିଚାରପତିମାନେ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ବ୍ୟୁରୋକ୍ରାଟମାନେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ ଙ୍କ ଅଧ୍ୟକ୍ଷ ୬୪ ବର୍ଷ ବୟସ୍କ ବିନୟ କୁମାର ସକ୍ସେନାଙ୍କୁ ଗତ ମେ ୨୩ ତାରିଖ ଦିନ ଦିଲ୍ଲୀର ଏଲଜି ନିଯୁକ୍ତ କରାଯାଇଥିଲା। ଏହା ପୂର୍ବରୁ ଏଲଜି ଥିବା ଅନିଲ ବୈଜଲ ବ୍ୟକ୍ତିଗତ କାରଣ ଦର୍ଶାଇ ମେ ୧୮ ତାରିଖ ଦିନ ପଦବୀରୁ ଇସ୍ତଫା ଦେଇଥିଲେ। କାନପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସକ୍ସେନାଙ୍କ ପାଇଲଟ ଲାଇସେନ୍ସ ମଧ୍ୟ ଅଛି। ଗତ ମାର୍ଚ୍ଚ ୨୦୨୧ରେ ସକ୍ସେନାଙ୍କୁ ଭାରତ ସ୍ୱାଧୀନତାର ୭୫ ତମ ବାର୍ଷିକ ଉପଲକ୍ଷେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ କମିଟିରେ ସଦସ୍ୟ ନିଯୁକ୍ତ କରାଯାଇଥିଲା। ଏହା ପୂର୍ବରୁ ୨୦୨୦ରେ ତାଙ୍କୁ ୨୦୨୧ ପଦ୍ମପୁରସ୍କର ମନୋନୟନ କମିଟିର ସଦସ୍ୟ ଭାବେ ନାମିତ କରାଯାଇଥିଲା। ସକ୍ସେନା ୬ ବର୍ଷ ହେଲା କେଭିଆଇସିଙ୍କ ନେତୃତ୍ୱ ନେଇଆସୁଛନ୍ତି। ଏହା ପୂର୍ବରୁ ସେ ୩ ଦଶକ ଧରି ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……