Report Card Odisha

| Daily Odia News

ଫ୍ରାନ୍ସରେ ହିଂସା, ୧୫୦ ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ୟାରିସରେ ପୋଡ଼ାଜଳା ଓ ହିଂସାକାଣ୍ଡ ଦେଖିବାକୁ ମିଳିଛି। ପୋଲିସ ଗୁଳିରେ ଜଣେ ୧୭ ବର୍ଷୀୟା ବାଳିକା ନାହେଲ ଏମ୍‌ ନିହତ ହେବା ପରେ ପ୍ୟାରିସରେ ପ୍ରତିବାଦ ଆରମ୍ଭ ହୋଇଛି | ଅନ୍ୟାନ୍ୟ ସହରକୁ ମଧ୍ୟ ଏହି ହିଂସା ବ୍ୟାପିଥିଲା | ପୋଲିସ ପକ୍ଷରୁ ପ୍ରାୟ ‌୧୫୦ ପ୍ରତିବାଦକାରୀଙ୍କୁ ଗିରଫ କରାଯାଇଛି। ନିହତା ବାଳିକାଙ୍କ ମାଆ ଗୁରୁବାର ଉକ୍ତ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଥିଲେ। ପ୍ୟାରିସ ଉପକଣ୍ଠ ନାନ୍ତେରେଠାରେ ଟ୍ରାଫିକ୍ ନିୟମ ନ ମାନିବାରୁ ପୋଲିସ ଗୁଳିରେ ବାଳିକାର ମୃତ୍ୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୋଲିସ ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଚେଷ୍ଟା କଲାବେଳେ ପୁଲିସ ସହ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ପରିସ୍ଥିତିକୁ ଭୋର ସମୟର ସଂକଟ ବୋଲି ଅଭିହିତ କରିବା ସହ ନାବାଳିକାର ହତ୍ୟାକୁ ନିନ୍ଦା କରିଛନ୍ତି ଏବଂ ଲୋକମାନଙ୍କୁ ଶାନ୍ତ ରହିବା ପାଇଁ ଅନୁରୋଧ କରିଛନ୍ତି।

 

Breaking News