ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖବରକାଗଜରେ ଛାପିବ ଯଦି ଛାପ। ମୁଁ ସ୍କୁଲରେ ପିଇବି। ଛତିଶଗଡରେ ଏହି ଘଟଣା ଭିଡିଓ ଭାଇରାଲ ହେଉଛି | ଏହି ଭିଡିଓରେ ଜଣେ ଶିକ୍ଷକ ବିଦ୍ୟାଳୟରେ ବସି ମଦ୍ୟପାନ କରୁଥିବା ଦେଖିବାକୁ ମିଳିଛି। ଯେତେବେଳେ ଜଣେ ସ୍ଥାନୀୟ ସାମ୍ବାଦିକ ଅଭିଯୁକ୍ତ ଶିକ୍ଷକଙ୍କୁ କହୁଛନ୍ତି ଯେ, ସ୍କୁଲ ଭିତରେ ବସି ମଦ୍ୟପାନ କରିବା ଭୁଲ। ସେତେବେଳେ ଶିକ୍ଷକଜଣକ କହୁଛନ୍ତି, ଯାହା ଇଚ୍ଛା ତାହା କର। ଫଟୋ ଉଠାଇ ଖବରକାଗଜରେ ଛାପିଦିଅ। ମୁଁ ସବୁବେଳେ ସ୍କୁଲରେ ମଦ ପିଏ ଏବଂ ଆଗକୁ ପିଇବି ମଧ୍ୟ। ଛତିଶଗଡର ବିଲାସପୁରରେ ଏଭଳି ଅଜବ ଘଟଣା ଘଟିଥିବା ଜଣାପଡ଼ିଛି। ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ, ଅଭିଯୁକ୍ତ ଶିକ୍ଷକ କ୍ୟାମେରା ଆଗରେ ସ୍ୱୀକାର କରୁଛନ୍ତି ଯେ ସେ ପ୍ରତିଦିନ ସ୍କୁଲରେ ମଦ ପିଅନ୍ତି। ଏହା ପରେ ବାଇକ ଆଗରେ ରଖାଯାଇଥିବା ବ୍ୟାଗରୁ ମଦ କାଢ଼ି ସେ ସ୍କୁଲ ଭିତରକୁ ଯାଉଛନ୍ତି। ଏଭଳି ସମସ୍ତଙ୍କ ଆଗରେ ସ୍କୁଲରେ ପିଅନ୍ତୁ ନାହିଁ। ପିଲାମାନେ ଦେଖୁଛନ୍ତି ବୋଲି ସାମ୍ବାଦିକଜଣକ କହିବା ପରେ ଶିକ୍ଷକଜଣକ କହୁଛନ୍ତି, ଦେଖନ୍ତୁ ମୋର କ’ଣ ହେଲା। ମୁଁ ସବୁବେଳେ ପିଏ ଏବଂ ପିଇବି। ଏହି ଭିଡିଓକୁ ନେଇ ଏବେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..