ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିର ଶୋଚନୀୟ ପରାଜୟ ପରେ ଭି.କେ ପାଣ୍ଡିଆନଙ୍କ ଗତକାଲି ବିଜେଡି କର୍ମୀଙ୍କୁ ଭୁଲ୍ ମାଗିବା ସହ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି | ଏହାପରେ ତାଙ୍କ ବାସଭବନ ଆଗରୁ ବ୍ୟାରିକେଡ ହଟାଇଦିଆଯାଇଛି । ଭୁବନେଶ୍ୱର ୟୁନିଟ ୬ରେ ଥିବା କ୍ୱାର୍ଟର ନଂ ଭିଆଇଆର ୭ର ଆଗରେ କରାଯାଇଥିବା ବ୍ୟାରିକେଡ ଖୋଲାଯାଇଛି । ବିଜେଡି ସରକାର କ୍ଷମତାରେ ଥିବାବେଳେ ପାଣ୍ଡିଆନଙ୍କ ବାସଭନବ କଡ଼ା ସୁରକ୍ଷା ବଳୟ ଭିତରେ ଥିଲା। କ୍ୱାର୍ଟରକୁ ଜଗି ରହିଥିବା ସୁରକ୍ଷାକର୍ମୀ ସେହି ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଟିଏ ମିନିଟ୍ ସେଠାରେ ଠିଆ ହେବାକୁ ଅନୁମତି ଦିଆଯାଉନଥିଲା । ପାଣ୍ଡିଆନଙ୍କ ବାସଭବନକୁ ସୁରକ୍ଷା ଦେବା ପାଇଁ ସର୍ବସାଧାରଣ ରାସ୍ତାରେ ବ୍ୟାରିକେଡ ମଧ୍ୟ କରାଯାଇଥିଲା। ଏନେଇ ଅଭିଯୋଗ ଆସିବା ପରେ ଏହି ବ୍ୟାରିକେଡକୁ ଆବଶ୍ୟକ ସ୍ଥଳେ ଖୋଲା ଯାଉଥିଲା ଓ ଏହାକୁ ବନ୍ଦ କରି ଦିଅଯାଉଥିଲା। ବିଜେଡି ସରକାର କ୍ଷମତାରୁ ହଟିବା ପରେ ଏବେ ପଣ୍ଡିଆନଙ୍କ ଘର ଆଗରୁ ବ୍ୟାରିକେଡ୍ ହଟାଯାଇଛି। ତାଙ୍କ ବାସଭବନରେ ଆଗରେ ମଧ୍ୟ ଆଉ ପୋଲିସ ସୁରକ୍ଷା ମଧ୍ୟ ନାହିଁ |






More Stories
ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା…..
ଅବକାରୀ ବିଭାଗର ନୂଆ ଗାଇଡଲାଇନ……
ରାଜ୍ୟ କ୍ୟାବିନେଟ୍ ବୈଠକ…..