Report Card Odisha

| Daily Odia News

ଭୋଟ ଗଣତି ବେଳେ ଉତ୍ତେଜନା….

ରିପୋର୍ଟ କାର୍ଡ / ଭଦ୍ରକ

ପଞ୍ଚାୟତ ନିର୍ବାଚନ ସରିସାରିଥିବା ବେଳେ ଏବେ ଚାଲିଛି ଭୋଟ ଗଣନା ଜାରିରହିଛି । ଆଜି ହେଉଛି ଭୋଟ ଗଣତିର ଶେଷ ଦିନ | ଗତ ୨ ଦିନ ଗଣତିରେ ବିଜେଡି ହ୍ୟାଟ୍ରିକ ମାରିଛି | କିନ୍ତୁ ଏହି ଭୋଟ ଗଣନା ସମୟରେ କିଛି ସ୍ଥାନରେ ଉତ୍ତେଜନା ଦେଖାଦେଇଛି । ଆଜି ଭଦ୍ରକ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ଭୋଟ ଗଣିତ ହେଉଥିବା ବେଳେ ଉତ୍ତେଜନା ଦେଖାଦେଇଛି । ଗଣତି ହଲ୍‌ରେ ୨ ଗୋଷ୍ଠୀର କାଉଣ୍ଟିଂ ଏଜେଣ୍ଟ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ସୁଧାରିବାକୁ ଉଦ୍ୟମ କରିଥିଲା । ପରେ କିଛି ସମୟ ପରେ ପୋଲିସ ଉଦ୍ୟମରେ ପରିସ୍ଥିତି ସ୍ୱାଭାବିକ ହୋଇଛି ।

Breaking News