ରିପୋର୍ଟ କାର୍ଡ / ଭୁବନେଶ୍ବର
ସାଧାରଣ ନିର୍ବାଚନ ୨୦୨୪କୁ ଆଖି ଆଗରେ ରଖି ରାଜ୍ୟରେ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ପାଇଁ ଗତବର୍ଷ ଅକ୍ଟୋବର ୨୭ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏସଂପର୍କରେ ଉପସ୍ଥିତ ରାଜନୈତିକ ଦଳମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି। ୨୦୨୪ରେ ମୋଟ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ସେଥିମଧ୍ୟରୁ ୧୮-୧୯ ବର୍ଷର ୪ ଲକ୍ଷ ୭୬ ହଜାର ୯୬୯ ଜଣ ଯୁବ ଭୋଟର ନୂତନ ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ହେଲା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଜଣ। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧। ରାଜ୍ୟରେ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩୩୮୦। ରାଜ୍ୟରେ ଯୁବ ଭୋଟର ଅର୍ଥାତ ୧୮-୧୯ବର୍ଷଙ୍କ ସଂଖ୍ୟା ହେଲା ୭ ଲକ୍ଷ ୫୪ ହଜାର ୯୪୬ ଜଣ, ଯାହାକି ବିଗତ ୫ ବର୍ଷରେ ସର୍ବାଧିକ ବା ୨.୨୭% ଅଟେ। ମୋଟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ହେଲା ୪ ଲକ୍ଷ ୫୭ ହଜାର ୮୨୧ ଜଣ । ଅର୍ଥାତ ୧.୩୮% ଅଟେ। ସେହିପରି ରାଜ୍ୟରେ ବରିଷ୍ଠ ଭୋଟର ଯାହାଙ୍କ ବୟସ ୮୦ ବର୍ଷରୁ ଅଧିକ ସଂଖ୍ୟା ହେଲା ୬ ଲକ୍ଷ ୮୫ ହଜାର ୪୮ ଜଣ। ଅର୍ଥାତ ୨.୦୬% ଅଟେ। ନୂତନ ଭୋଟର ତାଲିକା ମଧ୍ୟରୁ ୧୮-୧୯ ବର୍ଷର ୪ ଲକ୍ଷ ୭୬ ହଜାର ୯୬୯ ଜଣ ଯୁବ ଭୋଟର ନୂତନ ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..