Report Card Odisha

| Daily Odia News

ଉଭୟ ଅଫଲାଇନ୍-ଅନଲାଇନ୍‌ରେ କରି ପାରିବେ ଭୋଟର ତାଲିକା ସଂଶୋଧନ…….

ରିପୋର୍ଟ କାର୍ଡ /  ଭୁବନେଶ୍ବର

ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଜାରି ରହିଛି । ତେଣୁ ଏହି ସମୟରେ ସମସ୍ତେ ନିଜ ନିଜର ନାଁ ଓ ଏପିକି ଆଇଡି ଚେକ କରି ପାରିବେ । ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ପ୍ରେସମିଟ କରି ସୂଚନା ଦେଇଛନ୍ତି | କହିଛନ୍ତି କି ସମସ୍ତେ ନିଜ ନିଜର ନାଁ ଓ ଏପିକି ଆଇଡି ଚେକ କରି ପାରିବେ |ଏଥିପାଇଁ ୨୧ ତାରିଖରେ ସ୍ପେଶାଲ ଡ୍ରାଇଭ ମଧ୍ୟ କରାଯିବ ସେଠି ବି କରିପାରିବେ। ଫର୍ମ ୬ ନାମ ଯୋଡିବା, ଫର୍ମ ୭ ନାମ କାଟିବା, ଫର୍ମ ୮ ନାମ ସଂଶୋଧନ ଓ ଫର୍ମ ୮ ଏ ସ୍ଥାନାନ୍ତର ପାଇଁ ବ୍ୟବହାର କରିହେବ | ବିଏଲଓମାନେ ରହିଛନ୍ତି ସେମାନଙ୍କ ପାଖକୁ ଯାଇ ଏହି ସଂଶୋଧନ କରି ପାରିବେ । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ନାମ ଯୋଡିବା ସହ ସଂଶୋଧନ କରିପାରିବେ । ଭୋଟର ହେଲ୍ପଲାଇନକୁ ଯାଇ ଏହି ସଂଶୋଧନ କରିପାରିବେ । ଏପିକ ନମ୍ବର ସ୍ପୀଡ଼ ପୋଷ୍ଟରେ ଯିବ ତେଣୁ ସଠିକ ଠିକଣା ଦିଅନ୍ତୁ । ଆମେ କୋଭିଡ କାରଣରୁ ଅନଲାଇନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛୁ । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୦ ହଜାର ଫର୍ମ ଆସିଛି । ସେ ମଧ୍ୟରୁ ୮୦ ପ୍ରତିଶତ ଆମେ ଅନଲାଇନ ମାଧମରେ ପାଇଛୁ । ଗତବର୍ଷ ଏହା ୮ ପ୍ରତିଶତ ରହିଥିଲା । ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଡ଼ବଲ ଆଇଡି ଡ଼ିଲିଟ କରିଛୁ । ଆଗକୁ ଯଦି ସେମିତି ନଜର ଆସିବ ତାକୁ ବି ଡ଼ିଲିଟ କରାଯିବ ।

Breaking News