ରିପୋର୍ଟ କାର୍ଡ / କୋରାପୁଟ
ଓଡ଼ିଶାରେ ଆଜି ଠାରୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ହେଲେ ମୌଳିକ ସୁବିଧା ସମାଧାନ କରିବା ପ୍ରତିବାଦରେ ଗ୍ରାମବାସୀ ବୁଥ୍ ଆଗରେ ଧାରଣା ଦେଇ, ଭୋଟ ବର୍ଜନ କରିଛନ୍ତି। ଏପରି ସ୍ଥିତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନାରାୟଣପାଟଣା ବ୍ଲକ ୧୭୩ନଂ ବୁଥରେ ଦେଖିବାକୁ ମିଳିଛି। ଆଜି ସକାଳେ ହଜାର ହଜାର ଗ୍ରାମବାସୀ ବୁଥକୁ ଆସିଥିଲେ। ହେଲେ କେହି ଭୋଟ୍ ଦେବାକୁ ବୁଥ ଭିତରକୁ ଯାଇନଥିଲେ। ବୁଥ୍ ବାହାରେ ହଜାର ହଜାର ଗ୍ରାମବାସୀ ଧାରଣାରେ ବସିଥିଲେ। ଯେପର୍ଯ୍ୟନ୍ତ ମୌଳିକ ସମସ୍ୟାର ସମାଧାନ ହୋଇନି ଭୋଟ ଦେବେ ନାହିଁ ବୋଲି କହିଥିଲେ। ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି। ଜଣେ ବ୍ୟକ୍ତି କହିଛନ୍ତି, ପାନୀୟ ଜଳ ସମସ୍ୟା ,ରାସ୍ତାଘାଟ ଓ ଅନ୍ୟ ସମସ୍ୟା ନେଇ ନେତା ,ବିଧାୟକ ଓ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲୁ। ସମସ୍ତେ କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ କେହି କିଛି କରିନଥିଲେ। ଏହାରି ପ୍ରତିବାଦରେ ଭୋଟ୍ ବର୍ଜନ କରି ପ୍ରତିବାଦ କରୁଛୁ।






More Stories
ହାତୀକୁ ଫାର୍ମହାଉସରେ ପୋତିଥିଲେ:୩ ଗିରଫ……
ହାଜତ ମୃତ୍ୟୁର ରିପୋର୍ଟ ମାଗିଲେ NHRC…..
ବଢିଲା ବସ୍ ଭଡ଼ା…..