Report Card Odisha

| Daily Odia News

ରାଜ୍ୟରେ ସନ୍ଧ୍ୟା ୫ସୁଦ୍ଧା ୬୨.୪୬% ମତଦାନ…..

ରିପୋର୍ଟ କାର୍ଡ/ ଭୁବନେଶ୍ବର

ସାଧାରଣ ନିର୍ବାଚନ-୨୦୨୪ ମତଦାନ ଶେଷ ହୋଇଛି। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ହୋଇଛି। ଏହାରି ମଧ୍ୟରେ ଜଗତସିଂହପୁରରେ ସର୍ବାଧିକ ଓ ଭଦ୍ରକରେ ସର୍ବନିମ୍ନ ଭୋଟିଂ ହୋଇଛି। ସଂପୂର୍ଣ୍ଣ ମତଦାନ ଶେଷ ହେଲା ପରେ ପ୍ରକୃତ ଭୋଟ୍‌ ପ୍ରତିଶତ ଆସିବ। ରିପୋର୍ଟ ଅନୁସାରେ ବାଲେଶ୍ବରରେ ୬୧.୯୪ ପ୍ରତିଶତ ମତଦାନ ହୋଇଛି। ଭଦ୍ରକରେ ୫୬.୬୮ ପ୍ରତିଶତ, ଜଗତସିଂହପୁରରେ ୬୪.୩୧ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ, କେନ୍ଦ୍ରାପଡ଼ାରେ ୫୯.୮୯ ପ୍ରତିଶତ, ମୟୂରଭଂଜରେ ୬୩.୯୭ ପ୍ରତିଶତ ମତଦାନ ହୋଇଛି। ସେହିପରି ପୁରୀରେ ୬୭.୩୦ ଓ କଟକରେ ୬୭.୯୬ ପ୍ରତିଶତ ମତଦାନ ହୋଇଛି।

Breaking News