Report Card Odisha

| Daily Odia News

ଗିରଫ ହୋଇପାରନ୍ତି ଶେଖ ହାସିନା !….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ବଢିଚାଲିଛି । ଢାକାସ୍ଥିତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ବ୍ୟାପକ ଛାତ୍ର ଆନ୍ଦୋଳନ ସମୟରେ ମାନବିକତା ବିରୋଧୀ ଅପରାଧ ଅଭିଯୋଗରେ ଗିରଫ ପରୱାନା ଜାରି କରିଛନ୍ତି। ଏହି ମାମଲାରେ ଅନ୍ୟ ୪୫ ଜଣ ଆୱାମୀ ଲିଗ୍ ନେତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିବାରୁ ହସିନାଙ୍କ ଶିବିରରେ ଆତଙ୍କ ଖେଳିଯାଇଛି। ମୁଖ୍ୟ ବିଚାରପତି ମହମ୍ମଦ ଗୁଲାମ ମୁର୍ତ୍ତଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରିବ୍ୟୁନାଲ ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟ ପ୍ରସିକ୍ୟୁଟର ମହମ୍ମଦ ତାଜୁଲ ଇସଲାମଙ୍କ ବୟାନକୁ ଉଦ୍ଧାର କରି ‘ଡେଲି ଷ୍ଟାର’ରେ ରିପୋର୍ଟ କରିଛି। ଏ ସଂକ୍ରାନ୍ତରେ ପ୍ରସିକ୍ୟୁସନ ପକ୍ଷରୁ ଦୁଇଟି ପିଟିସନ୍ ଦାଖଲ କରାଯିବା ସହ ସେମାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବାକୁ ଆବେଦନ କରାଯାଇଥିଲା। ଅନ୍ତର୍ଜାତୀୟ ଅପରାଧ ଟ୍ରିବୁନାଲ ହସିନାଙ୍କ ସମେତ ସମ୍ପୃକ୍ତ ଅଧିକାରୀଙ୍କୁ ନଭେମ୍ବର ୧୮ ସୁଦ୍ଧା ଅନ୍ୟ ୪୬ ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଟ୍ରିବୁନାଲ ହସିନାଙ୍କ ସମେତ ସମ୍ପୃକ୍ତ ଅଧିକାରୀଙ୍କୁ ନଭେମ୍ବର ୧୮ ସୁଦ୍ଧା ଅନ୍ୟ ୪୬ ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ମାସରେ ବାଂଲାଦେଶର ଅନ୍ତରୀଣ ସରକାର କହିଥିଲେ ଯେ ହସିନାଙ୍କ ନେତୃତ୍ବାଧୀନ ସରକାରଙ୍କ ବିରୋଧରେ ନିକଟରେ ବ୍ୟାପକ ଛାତ୍ର ଆନ୍ଦୋଳନ ସମୟରେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏକ ଅନ୍ତର୍ଜାତୀୟ ଅପରାଧିକ ମାମଲା ରୁଜୁ କରାଯିବ।

Breaking News