Report Card Odisha

| Daily Odia News

ବର୍ଜ୍ୟ ପରିଚାଳନାରେ ଶ୍ରେଷ୍ଠ ସହର ମଧ୍ୟରେ ଓଡ଼ିଶାର ୩…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାରା ଦେଶରେ ବର୍ଜ୍ୟ ପରିଚାଳନାରେ ଶ୍ରେଷ୍ଠ ୨୮ଟି ସହର ମଧ୍ୟରେ ରହିଛି ଓଡ଼ିଶାର ତିନି ସହର । ‘ନୀତି ଆୟୋଗ’ ଓ ‘ସେଣ୍ଟର୍‌ ଫର୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାଇର୍ନମେଣ୍ଟ’ ଦ୍ବାରା ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ୯ଟି ଦିଗକୁ ବିଚାରକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି। ଏଥିରେ ସାରା ଦେଶର ୧୫ଟି ରାଜ୍ୟକୁ ସାମିଲ କରାଯାଇଥିଲା। ରିପୋର୍ଟ ଅନୁସାରେ ବସ୍ତୁ ପ୍ରକ୍ରିୟାକରଣ ‌କ୍ଷେତ୍ରରେ ଢେଙ୍କାନାଳ, ବୈଷୟିକ ସୃଜନଶୀଳତାରେ କେନ୍ଦୁଝର ଏବଂ ସୃଜନାତ୍ମକ ନମୁନା କ୍ଷେତ୍ରରେ ପାରାଦୀପ ସହର ସ୍ଥାନ ପାଇଛି। ଢେଙ୍କାନାଳ ସହରରେ ସ୍ଥାନୀୟ ଗୋଷ୍ଠୀ ସହାୟତାରେ ଶତ ପ୍ରତିଶତ ବର୍ଜ୍ୟ ବସ୍ତୁକୁ ସଂପଦରେ ରୂପାନ୍ତରିତ କରାଯାଇ ପାରୁଛି। ବୈଷୟିକ ସୃଜନଶୀଳତା ଦ୍ବାରା କେନ୍ଦୁଝର ସହରକୁ ଆବର୍ଜନ ମୁକ୍ତ କରାଯାଇଛି। ଏଠାରେ ବର୍ଜ୍ୟ ସଂଗ୍ରହ ପାଇଁ ଜିପିଏସ୍‌ ଆଧାରିତ ଯାନଗୁଡ଼ିକର ବ୍ୟବହାର ଓ ପରିଚାଳନା ତଦାରଖ, ଆମ ସହର ଆପ୍‌ର ବ୍ୟବହାର, ସାର୍ବଜନୀନ ସ୍ଥାନରେ ଆବର୍ଜନା ଫିଙ୍ଗା ଯିବାକୁ ସିସିଟିଭି ଦ୍ବାରା ମନିଟରିଂ କରାଯାଇ ଜରିମାନା ଧାର୍ଯ୍ୟ କରାଯିବା ଭଳି ପଦକ୍ଷେପ ନିଆଯାଇଛି। ସେହି ଭଳି ପାରାଦୀପରେ ବର୍ଜ୍ୟ ବସ୍ତୁ ପରିଚାଳନାରେ ମହିଳା, ତୃତୀୟ ଲିଙ୍ଗ ଓ ବିଭିନ୍ନ ସଂଗଠନ ସକ୍ରିୟ ସହଯୋଗ କରୁଛନ୍ତି। ଯାହା ଫଳରେ ପାରାଦୀପ ସହର ବର୍ଜ୍ୟ ପରିଚାଳନାରେ ଅନ୍ୟ ସହରମାନଙ୍କ ପାଇଁ ନମୁନା ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି।

Breaking News