ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବର୍ଷେ ତଳେ ଖୋଲିଥିଲା ନୂଆ ସଂସଦ ଭବନ। ଏବେ ଏହାର ଛାତରୁ ଗଳୁଛି ପାଣି। ନୂଆ ସଂସଦ ଭବନ ଭିତରେ ପାଣି ଲିକ୍ ହେଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ତାମିଲନାଡୁର ବିରୁଧୁନଗର ଲୋକସଭା ଆସନରୁ କଂଗ୍ରେସ ସାଂସଦ ମାଣିକମ୍ ଟାଗୋରଙ୍କ ଦ୍ୱାରା ଏହି ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସେୟାର କରାଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ନୂଆ ସଂସଦ ଭବନ ଛାତରୁ ପାଣି ଲିକ୍ ହେଉଛି। ତଳେ ପଡୁଥିବା ପାଣି ଯେପରି ଚାରିଆଡେ ବିସ୍ତାର ନହୁଏ ସେଥିପାଇଁ ଚଟାଣରେ ଗୋଟିଏ ବାଲ୍ଟି ମଧ୍ୟ ରଖାଯାଇଛି। ଏହି ଭିଡିଓକୁ ସେୟାର କରି କଂଗ୍ରେସ ନେତା ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସୋଶାଲ ମିଡିଆ ପୋଷ୍ଟରେ ସେ ଲେଖିଛନ୍ତି ଯେ, ‘ବାହାରେ ପେପର୍ ଲିକ୍ ଓ ଭିତରେ ଓ୍ୱାଟର୍ ଲିକ୍। ରାଷ୍ଟ୍ରପତିଙ୍କ ଦ୍ୱାରା ବ୍ୟବହୃତ ସଂସଦ ଲବିରେ ହେଉଥିବା ପାଣି ଲିକ ନୂତନ ବିଲ୍ଡିଂରେ ପାଣିପାଗ ସମ୍ବନ୍ଧୀୟ ସମସ୍ୟାକୁ ଦର୍ଶାଯାଇଛି। ସଂସଦ ଭବନ ନିର୍ମାଣକୁ ମାତ୍ର ବର୍ଷେ ପୂରିବା ପରେ ପରେ ହିଁ ଏହି ଦୃଶ୍ୟ ସାମ୍ନାକୁ ଆସିଛି।’
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..