ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ପାଇଁ ଏସ୍ଏସ୍କେଏମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟିଏମ୍ସି ପକ୍ଷରୁ ନିଜର ଟ୍ୱିଟର ବା ଏକ୍ସ ଆକାଉଣ୍ଟରେ ଏହାର ସୂଚନା ଦିଆଯାଇଛି । ଏହି ଫଟୋରେ ମମତାଙ୍କ କପାଳରୁ ରକ୍ତ ବାହାରୁଥିବା ଦେଖିବା ପାଇଁ ମିଳିଛି । ମମତା ତାଙ୍କ ଘରେ ଟ୍ରେଡିଂ ମିଲ୍ରେ ଚାଲୁଥିବା ବେଳେ ପଡିଯାଇଥିଲେ ବୋଲି କୁହାଯାଉଛି । ମାତ୍ର ଏ ବିଷୟରେ ଟିଏମ୍ସି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଚଳିତ ବର୍ଷ ଜାନୁଆରୀରେ ମମତା ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ସେ କୋଲକାତ ଫେରୁଥିବା ବେଳେ ପ୍ରବଳ ବର୍ଷା ଏବଂ କୁହୁଡି ଯୋଗୁଁ ତାଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଚି |
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….