ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୁଚ୍ଚ ବିହାରରେ ଆୟୋଜିତ ରାଲିକୁ ସମ୍ବୋଧନ କରି ବିଜେପି ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ଗୋଟିଏ ବିଷ ଧର ସାପକୁ ବିଶ୍ୱାସ କରିପାରିବ। କିନ୍ତୁ ବିଜେପିକୁ ଆଦୌ ବିଶ୍ୱାସ କରାଯାଇ ପାରିବ ନାହିଁ। ଦଳ କେବଳ ଗଣତନ୍ତ୍ରକୁ ଧ୍ୱଂସ କରିବା ଜାଣିଛି ବୋଲି ମମତା କହିଛନ୍ତି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, ବିଏସ୍ଏଫ ଓ ସିଆଇଏସଏଫ ବିଜେପି ଇସାରାରେ କାମ କରୁଛନ୍ତି। ଏହା ବିରୋଧରେ ଟିଏମସି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇ ତଦନ୍ତ ଦାବି କରିବ। ନିର୍ବାଚନ ବେଳେ ସବୁ ଦଳଗୁଡ଼ିକୁ ସମାନ ଅଧିକାର ମିଳିବା ସପକ୍ଷରେ ମଧ୍ୟ ମମତା କହିଛନ୍ତି।ଦିଦି ଘୋଷଣା କରିଛନ୍ତି ଯେ ତାଙ୍କ ଦଳ କେବେ ହେଲେ କେନ୍ଦ୍ରୀୟ ଏଜେନ୍ସିର ଧମକରେ ଡରି ଯିବ ନାହିଁ। ଯଦି ନିର୍ବାଚନ ପୂର୍ବରୁ ବିଏସଏଫ ହଇରାଣ କରୁଥିବ, ତା’ହେଲେ ସ୍ଥାନୀୟ ଲୋକମାନେ ଏନେଇ ପୁଲିସ୍ରେ ଅଭିଯୋଗ କରିବାକୁ ମମତା ପରାମର୍ଶ ଦେଇଛନ୍ତି। ମମତା କହିଛନ୍ତି ଯେ “କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଯଥା ଏନଆଇଏ, ଆୟକର ବିଭାଗ, ବିଏସ୍ଏଫ ଓ ସିଆଇଏସଏଫ ବିଜେପି ପାଇଁ କାମ କରୁଛନ୍ତି। ଆମେ ନିର୍ବାଚନ କମିଶନଙ୍କୁ ଏହା ଉପରେ ଦୃଷ୍ଟି ଦେବାକୁ ବିନମ୍ରତାର ସହ ଅନୁରୋଧ କରୁଛୁ। ସମସ୍ତଙ୍କୁ ଏଠାରେ ସମାନ ସୁଯୋଗ ମିଳୁ।”






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….