Report Card Odisha

| Daily Odia News

ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା…….

ରିପୋର୍ଟ କାର୍ଡ / ପଶ୍ଚିମବଙ୍ଗ

ଅ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାରେ ଜଣେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହାପରେ ଅଭିଯୁକ୍ତକୁ କିଛି ଲୋକ ପିଟିପିଟି ମାରି ଦେଇଛନ୍ତି। ଏହି ଡବଲ ମର୍ଡରକୁ ନେଇ ପୂରା ଦକ୍ଷିଣ ୨୪ ପ୍ରଗଣାରେ ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍ତ୍ୟକ୍ତ ଲୋକମାନେ କିଛି ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ସେହିପରି ଘଟଣା ପାଇଁ ଶାସକ ଟିଏମସି ଓ ବିରୋଧୀ ସିପିଏମ ମଧ୍ୟରେ ରାଜନୀତିକ ବାକଯୁଦ୍ଧ ବି ଆରମ୍ଭ ହୋଇଯାଇଛି।ମିଳିଥିବା ସୂଚନା ଅନୁସାରେ, ଟିଏମସି ନେତା ସୈଫୁଦ୍ଦିନ ଲସ୍କରଙ୍କୁ ଆଜି ସକାଳେ ଜୟନଗର ସ୍ଥିତ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା । ସୈଫୁଦ୍ଦିନ ଜୟନଗର ବାମୁନଗାଚି ଅଞ୍ଚଳର ଟିଏମସି ମୁଖ୍ୟ ଭାବେ କାମ କରୁଥିଲେ। ତାଙ୍କ ପତ୍ନୀ ଜଣେ ପଞ୍ଚାୟତ ପ୍ରଧାନ। ତେବେ ଆଜି ହଠାତ ସୈଫୁଦ୍ଦିନ ଘର ବାହାରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ପରେ ତାଙ୍କ ସମର୍ଥକମାନେ ଗୁଳିମାଡ଼ କରିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ କାବୁ କରିଥିଲେ। ଏହାପରେ ତାଙ୍କୁ ସେମାନେ ପିଟିପିଟି ହତ୍ୟା କରିଛନ୍ତି। ସେହିପରି ଟିଏମସି ସମର୍ଥକମାନେ ସ୍ଥାନୀୟ ଅଞ୍ଚଳରେ ଥିବା କିଛି ଲୋକଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଟିଏମସିର କହିବା କଥା ଯେ ସୈଫୁଦ୍ଦିନଙ୍କୁ ହତ୍ୟା କରାଯିବା ପଛରେ ସିପିଏମର ହାତ ରହିଛି।

Breaking News