ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଯୋଧ୍ୟାରେ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ସାରା ଦେଶ ଉତ୍ସବ ମନାଉଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସର୍ବଧର୍ମ ସଦ୍ଭାବ ଯାତ୍ରା ଆୟୋଜନ କରିଥିଲେ । ସେ ପ୍ରଥମ କାଳୀଘାଟରେ ମା କାଳୀଙ୍କ ଦର୍ଶନ କରିବା ପରେ କୋଲକାତାରେ ଏକ ସର୍ବଧର୍ମ ସଦ୍ଭାବନା ରାଲି କରିଥିଲେ। ହାଜରା ମୋରରୁ ଆରମ୍ଭ ହୋଇଥିବା ଏହି ସର୍ବଧର୍ମ ସଦ୍ଭାବ ରାଲିରେ ସବୁ ଧର୍ମର ଲୋକ ସାମିଲ ହୋଇଥିଲେ। ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ନେତୃତ୍ୱରେ ହୋଇଥିବା ରାଲି ସମ୍ପର୍କରେ ତୃଣମୂଳ କଂଗ୍ରେସ କହିଛି ଯେ ହଜାର ହଜାର ଲୋକ ଏଥିରେ ଯୋଗ ଦେଇଛନ୍ତି। ଧର୍ମନିରପେକ୍ଷତା ଆମ ଦେଶକୁ ଏକାଠି କରିଥାଏ। ପାର୍କ ସର୍କସ ପଡ଼ିଆରେ ଏକ ବିଶାଳ ସମାବେଶ ସହ ଏହି ଶୋଭାଯାତ୍ରା ଶେଷ ହୋଇଥିଲା। ଏହା ପୂର୍ବରୁ ମମତା ଅଯୋଧ୍ୟା ସମାରୋହକୁ ବିଜେପିର ଏକ ରାଜନୈତିକ କାର୍ଯ୍ୟକ୍ରମ କହି ସେଠାକୁ ଯିବାକୁ ମନା କରିଦେଇଥିଲେ । ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ରାମଲଲାଙ୍କ ପବିତ୍ର ସମାରୋହପାଇଁ ନିମନ୍ତ୍ରଣକୁ ଫେରାଇ ଦେଇଥିଲେ |






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..