ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୃଣମୂଳ କଂଗ୍ରେସ ନେତା ଶାଜାହାନ ଶେଖ୍ ଏବଂ ତାଙ୍କ ସହଯୋଗୀମାନେ ମହିଳାମାନଙ୍କ ଉପରେ କରିଥିବା ଯୌନ ନିର୍ଯାତନ ବିରୋଧରେ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଅଶାନ୍ତ ଥମିବାର ନାଁ ନେଉନାହିଁ। ଏହି ଘଟଣାକୁ କେନ୍ଦ୍ରକରି ଆଜି ଆନ୍ଦୋଳନ ଚାଲିଥିବା ସନ୍ଦେଶଖାଲିରେ ପ୍ରବେଶ କରିବା ପାଇଁ ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ବାରଣ କରାଯିବା ପରେ ଦଳୀୟ କର୍ମୀମାନେ ପୋଲିସ କର୍ମଚାରୀଙ୍କ ସହ ସଂଘର୍ଷ କରିଛନ୍ତି। ପୋଲିସ ସହ ସଂଘର୍ଷରେ ଅନେକ ଦଳୀୟ କର୍ମୀ ଆହତ ହୋଇଛନ୍ତି। ଆନ୍ଦୋଳନ କରୁଥିବା ଦଳୀୟ କର୍ମୀଙ୍କ ମଧ୍ୟରେ ଥିବା ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ମଧ୍ୟ ଆହତ ହୋଇଛନ୍ତି। ଏହା ପୂର୍ବରୁ ପଶ୍ଚିମବଙ୍ଗ ପୋଲିସ ସୁକାନ୍ତ ମଜୁମଦାରଙ୍କୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଟାକିରେ ଥିବା ଏକ ଗେଷ୍ଟ ହାଉସରୁ ଆନ୍ଦୋଳନ ସ୍ଥଳକୁ ବାହାରିବାରୁ ଅଟକାଇଥିଲା। ବିଜେପି ନେତାଙ୍କୁ ସନ୍ଦେଶଖାଲି ଆଡ଼କୁ ଯିବାରୁ ରୋକିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଏହି ଘଟଣାକୁ କେନ୍ଦ୍ରକରି ଅଶାନ୍ତ ହୋଇ ପଡ଼ିଥିବା ସନ୍ଦେଶଖାଲିରେ ୧୪୪ ଧାରା ଜାରି କରାଯାଇଛି। ତେବେ ବିଜେପି ନେତାମାନେ ନିଷେଧାଦେଶକୁ ଅମାନ୍ୟ କରି ସନ୍ଦେଶଖାଲି ଅଭିମୁଖେ ଯାତ୍ରା ଜାରି ରଖିଥିବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା।






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……