Report Card Odisha

| Daily Odia News

“ହମ୍ପଟି ଡମ୍ପଟି ବଜେଟ”……

ରିପୋର୍ଟକାର୍ଡ / ନୂଆଦିଲ୍ଲୀ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିବା ଚଳିତ ଆର୍ଥିକ ୨୦୨୬-୨୦୨୭ ବର୍ଷର ବଜେଟ ଉପରେ ଘୋର ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି କେନ୍ଦ୍ର ଦ୍ଵାରା ଉପସ୍ଥାପିତ କରାଯାଇଥିବା ବଜେଟ ଦେଶର ଜନସାଧାରଣଙ୍କୁ ଭ୍ରମିତ କରାଯାଉଛି । ବଙ୍ଗକୁ ଏହାର ସଠିକ୍ ପାଣ୍ଠିରୁ ବଞ୍ଚିତ କରୁଥିବା ନେଇ ମମତା ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବଜେଟକୁ ତୀବ୍ର ସମାଲୋଚନା କରି ଏହାକୁ ଏକ “ହମ୍ପଟି ଡମ୍ପଟି ବଜେଟ” ବୋଲି ଆଖ୍ୟା ଦେଇଛନ୍ତି। ମମତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ଆମ ରାଜ୍ୟରୁ ବହୁ ପରିମାଣର ଟିକସ ସଂଗ୍ରହ କରୁଛି ତାହା ସତ୍ତ୍ୱେ ବଙ୍ଗର ପ୍ରାପ୍ୟ ପ୍ରଦାନ କରିବାରେ କେନ୍ଦ୍ର ବିଫଳ ହୋଇଛି। ସେମାନେ ବଙ୍ଗକୁ ଗୋଟିଏ ପଇସା ମଧ୍ୟ ଦେଇନାହାଁନ୍ତି। କେବଳ ଗୋଟିଏ ଟିକସ ହେଉଛି ଜିଏସଟି । ସେମାନେ ଆମର ଟଙ୍କା ଛଡ଼ାଇ ନେଉଛନ୍ତି ଏବଂ ବଡ଼ ବଡ଼ କଥା କହୁଛନ୍ତି ଯେ ସେମାନେ ଆମକୁ ଟଙ୍କା ଦେଉଛନ୍ତି। ଏହା ଆମର ଟଙ୍କା କହି ମମତା କେନ୍ଦ୍ରକୁ କଟାକ୍ଷ କରିଛନ୍ତି।

Breaking News