ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଆର୍ଥିକ ସ୍ଥିତି ନିମ୍ନଗାମୀ ହେବାର ସୂଚନା ମିଳୁଛି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ ଘଟାଇ ପାରନ୍ତି। ସତର୍କରେ ଚଳିବାକୁ ପଡ଼ିବ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ ହେବ। ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ରୁଚିକର ସୁଷମ ଖାଦ୍ୟରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।
ମିଥୁନ: ଭାଇ, ବନ୍ଧୁ, ଜ୍ଞାତି, କୁଟୁମ୍ବଙ୍କ ସହାୟତା ପାଇଁ ଶତ୍ରୁ ବିନାଶ କରିପାରନ୍ତି। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
କର୍କଟ: ପରୀକ୍ଷାର୍ଥୀମାନେ ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଲଟେରିର ଉଠାଣ ଫଳ ସପକ୍ଷରେ ଯାଇପାରେ। କର୍ମଠ ଓ କର୍ମଚଞ୍ଚଳ ରହିେବ।
ସିଂହ: ପରିଶ୍ରମ ଅତ୍ୟଧିକ ଓ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। କୃଷି କ୍ଷେତରୁ ଭଲ ଆୟ ହେବ। ଆପଣଙ୍କ ଉଦାର ସ୍ବଭାବ ପାଇଁ ସମ୍ମାନିତ ହେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।
କନ୍ୟା: ବହୁ ଶ୍ରମ ସ୍ବୀକାର କରି ଅର୍ଜିତ ଧନ ଆପଣଙ୍କ ଆର୍ଥିକ ସ୍ଥିତିକୁ ଦୃଢ଼ୀଭୂତ କରିବ। ଦେବ ଦର୍ଶନ ପାଇଁ ଆତ୍ମସନ୍ତୋଷ ଲାଭ କରିବେ। ଦେଖା ଦେଇଥିବା ଅଶାନ୍ତିର ବିଲୟ ଘଟିବ। ଧନ ପ୍ରାପ୍ତ ହୋଇପାରେ।
ତୁଳା: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ବିବିଧ ଧନଯୁକ୍ତ ହେବାର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିମାନ୍ ହେବେ। ସହିଷ୍ଣୁ ହେବେ। ମନ ପ୍ରଫୁଲ୍ଲ ରହିବ।
ବିଛା: ଯୋଜନାବଦ୍ଧ ଭାବେ ଆୟ ବୃଦ୍ଧି କରିପାରନ୍ତି। କର୍ମସଂସ୍ଥାନରୁ ଓ ବନ୍ଧୁ ସହାୟତାରୁ ଲାଭବାନ୍ ହେବେ। ଆହାର ସ୍ବାଦିଷ୍ଟ ହେବ। ପାରିବାରିକ ଜୀବନ ସ୍ନେହପୂର୍ଣ୍ଣ ହେବ। ଚିନ୍ତାଧାରା ଉନ୍ନତମାନର ହୋଇପାରେ।
ଧନୁ: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତିକରିପାରନ୍ତି। ଚକ୍ଷୁରେ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବେ।
ମକର: ଜ୍ଞାନ ପିପାସୁ ହୋଇପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। କରିତ୍କର୍ମା ହେବେ।
କୁମ୍ଭ: କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ନିଷ୍ଠା ରହିବ ଓ ସଫଳ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ପ୍ରତିଯୋଗିତାରେ ବିଜୟୀ ହେବେ। ଶୁଭକାର୍ଯ୍ୟ କରିପାରନ୍ତି।
ମୀନ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ସହଯୋଗୀଙ୍କର ଆଦର୍ଶ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ପତ୍ନୀ ଗୃହ ନିପୁଣା ହେବେ।
More Stories
ସୁସ୍ଥ ଓ ନିରାମୟ ଜୀବନ ବିତାଇବେ……
ଏହି ତିନି ରାଶିଙ୍କ ଭାଗ୍ୟ ଚମକିବ….
ସକାରାତ୍ମକ କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ….