ରିପୋର୍ଟ କାର୍ଡ / ଭୁବନେଶ୍ବର
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷ ଲାଗିରହିଛି | ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ବର, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଢେଙ୍କାନାଳ ଜିଲ୍ଲାର ପ୍ରବଳ ବର୍ଷା ହୋଇଛି। ମଙ୍ଗଳବାର ଅପରାହ୍ଣରେ ଭୁବନେଶ୍ବର ସମେତ ବାଲେଶ୍ବର, କଟକ, ଚାନ୍ଦବାଲି ଏବଂ କେନ୍ଦୁଝରରେ ବର୍ଷା ଲାଗି ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲାର ବାମରାରେ ସର୍ବାଧିକ ବର୍ଷା ୧୪୬.୨ମି.ମି ରେକର୍ଡ ହୋଇଥିବାବେଳେ କେନ୍ଦୁଝର ଜିଲାର ବଂଶପାଲ ୧୩୦.୩, ଘସିପୁରା ୧୩୦.୨, ଆନନ୍ଦପୁର ୧୨୬.୨ ଏବଂ ଢେଙ୍କାନାଳ ଜିଲାର ଭୁବନ ୧୧୫ ଓ ଅନୁଗୋଳ ଜିଲ୍ଲାର ଆର.ଏନ.ନଗରରେ ୧୧୧.୨ ମି.ମି ବର୍ଷା ରେକର୍ଡ ହୋଇଛି। ଲଘୁଚାପ ଦକ୍ଷିଣ-ପୂର୍ବ ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଛତିଶଗଡ଼ ଅଞ୍ଚଳରେ ସକ୍ରିୟ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୨୬.୮ ମି.ମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୪.୬ମିମି ତୁଳନାରେ ୪୭୭% ଅଧିକ ରହିଛି।






More Stories
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..