Report Card Odisha

| Daily Odia News

୧୨ ପରେ ଓଡିଶା ଛୁଇଁବ ମୌସୁମୀ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଜୁନ୍‌ ୧୨ ତାରିଖ ପରେ ଓଡିଶା ଛୁଇଁବ ମୌସୁମୀ । ରାଜ୍ୟରେ ବର୍ଷାର ବିଶେଷ ପ୍ରଭାବ ନଥିବା ବେଳେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେଣୁ ମୌସୁମୀ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରୁନାହିଁ । ଆସନ୍ତା ୧୨ ତାରିଖ ପରେ ପାଗରେ ପରିବର୍ତ୍ତନ ସହ ମୌସୁମୀ ଓଡିଶା ଛୁଇଁବା ନେଇ ପୂର୍ବାନୁମାନ କରିଛନ୍ତି ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ । ଅନ୍ୟପଟେ ୪ ଜିଲ୍ଲାକୁ ହିଟ୍‌ ୱେଭ ୱାର୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Breaking News