ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି | ଏହାର ପ୍ରଭାରେ ରାଜ୍ୟରେ ଅନେକ ଜିଲ୍ଲା ପ୍ରଭାବିତ ହେବାସହ ଧନ ଜୀବନ ନଷ୍ଟ ହେଉଛି | ନଦୀ ଗୋଡ଼ିକରେ ଜଳସ୍ତର ବଢ଼ି ବନ୍ୟାଜଳ ବିଦ ସଙ୍କେତ ଉପରେ ରହିଛି | ଏହା ଭିତରେ ଭାରତୀୟ ପାଣିାଗବିଭାଗ ପକ୍ଷରୁ ଯେଉଁ ସୂଚନା ମିଳିଛି କି ଆଉ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ପାଣିପାଗ ସୂଚନା ଅନୁସାରେ- ଆସନ୍ତା ୧୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବା ବେଳେ ଅନ୍ୟଟି ୧୭ରେ ସୃଷ୍ଟି ହେବା ନେଇ ବିଭାଗ ପୂର୍ବାନୁମାନ କରାଯାଇଛି । ଏହା ସୃଷ୍ଟି ହେଲେ ୨୪ ଘଣ୍ଟାରେ ଘନୀଭୂତ ହୋଇ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୪ରେ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାବେଳେ ୧୫ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି । ସେହିପରି ୧୯ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଥିବାର ତାହାର ପ୍ରଭାବରେ ମଧ୍ୟ ବର୍ଷା ଲାଗି ରହିବ ବୋଲି ଶ୍ରୀ ଜେନାମଣୀ ସୂଚନା ଦେଇଛନ୍ତି । ଏପରିକି ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ୧୪ ଓ ୧୫ ତାରିଖରେ ପ୍ରବଳ ବର୍ଷା ହେବ ବୋଲି ଶ୍ରୀ ଜେନାମଣୀ ସତର୍କ କରାଇ ଦେଇଛନ୍ତି । ଏନେଇ ବର୍ଷା ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..