ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଅକ୍ଟୋବର ୧ ରୁ ବର୍ଷାର ପରିମାଣ ବଢ଼ିବ | ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ୨୮ ଏବଂ ୨୯ ତାରିଖରେ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ସମେତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶାରେ ଆହୁରି ୩ ଦିନ ରାଜ୍ୟରେ ବିଜୁଳି ଘଡଘଡି ଏଥିଲାଗି ଚେତାବନୀ ଜାରି ହୋଇଛି। ସୂଚନାଯୋଗ୍ୟ, ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଓ କଚ୍ଛରୁ ମୌସୁମୀ ଅପସାରିତ ହୋଇଥିଲା। ଏହାପରେ ମୌସୁମୀ ଅପସାରଣ ପ୍ରକ୍ରିୟା ଧୀର ହୋଇଯାଇଥିଲା। ଏବେ ପୁଣି ଦେଶର କିଛି ସ୍ଥାନରୁ ମୌସୁମୀ ଫେରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦେଶର ଉତ୍ତର-ପଶ୍ଚିମ ଭାଗର ଅନେକ ଅଂଶ ଓ ପାର୍ଶ୍ବବର୍ତୀ କେନ୍ଦ୍ରୀୟ ଅଞ୍ଚଳର କିଛି ଭାଗରୁ ମୌସୁମୀ ବାୟୁ ଅପସାରଣ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ପରିବେଶ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି ) କହିଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..