ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡିତ ଘୁର୍ଣ୍ଣି ବଳୟ ବାୟୁମଣ୍ଡଳରେ ୫.୮ କିମି ଯାଏଁ ବ୍ୟାପି ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷର ଜାରି ସତର୍କ ସୂଚନା ଦିଆଯାଇଛି | ଆଗାମୀ ୨୪ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ବେଳେ ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ଏବଂ ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ଚଳିତ ବର୍ଷ ଜୁନ୍ ୧ ରୁ ୨୯ ମଧ୍ୟରେ ଓଡିଶା ହାରାହାରି ତୁଳନାରେ ୪୦ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି। ଜୁନ୍ ୧ ରୁ ୧୪ ମଧ୍ୟରେ ରାଜ୍ୟରେ ୮୦% ନିଅଣ୍ଟ ଦେଖାଦେଇଛି କିନ୍ତୁ ଜୁନ୍ ୧୬ ରେ ମୋୖସୁମୀ ବର୍ଷା ବୃଦ୍ଧି ପାଇବା ପରେ ନିଅଣ୍ଟ ୪୦% କୁ ହ୍ରାସ ପାଇଛି। ଆଗକୁ ଲଘୁଚାପ ବର୍ଷ ପ୍ରଭାବରେ ଏହି ନିଅଣ୍ଟିଆର ଅଭାବ ପୁରାଣ ହେବେ ବୋଲି ଆଶା କରାଯାଉଛି।






More Stories
ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ…..
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……