Report Card Odisha

| Daily Odia News

ଅଗଷ୍ଟ ୩ରୁ ବର୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୩ରୁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୪ରେ ଘୂର୍ଣ୍ଣିବଳୟ ହେବ ଓ ୭ରେ ଲଘୁଚାପ ରୂପ ନେବ । ୯ରେ ଏହା ଗଭୀର ଅବପାତର ରୂପ ନେବ । ୭ରୁ ୯ ତାରିଖ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓ ଉତ୍ତର ବି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ଏହି ପୂର୍ବାନୁମାନ କରିଛି । ବଙ୍ଗୋପସାଗର ଓ ସଂଲଗ୍ନ ଓଡିଶା ଉପକୂଳରେ ଅଗଷ୍ଟ ୪ ବା ୫ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୭ରେ ଏହା ଲଘୁଚାପରେ ପରିଣତ ହେବ । ୯ରେ ଏହା ଡିପ୍‌ ଡିପ୍ରେସନ୍‌ ବା ଗଭୀର ଅବପାତରେ ପରିଣତ ହେବ । ଉପକୂଳ ଓ ଦକ୍ଷିଣ ଓଡିଶାରେ ଅତି ପ୍ରବଳ ବର୍ଷା ହେବ ବୋଲି ସିଇସି ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ ଶୁଖିଲା ପାଗ ରହିବ ବୋଲି ସେ କହିଛନ୍ତି । ୩ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ବାୟୁମଣ୍ଡଳରେ ଆର୍ଦ୍ରତା ୬୦%ରୁ ଅଧିକ ରହିବ । ଏଥିପାଇଁ ଗୁଳୁଗୁଳି ହେବ ।

Breaking News