Report Card Odisha

| Daily Odia News

୨୭ ରୁ ପୁଣି ପ୍ରବଳ ବର୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ତିନି ଦିନର ପରେ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା | ଆସନ୍ତା ୨୭ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡର କୁତ୍ରାରେ ସର୍ବାଧିକ ୧୬୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଫିରିଙ୍ଗିଆ ୧୧୬.୮ମିମି, ବରମୂଳ ୮୫.୧ ମିମି, ବଅଁରପାଳ ୭୭.୪ ମିମି, କେସିଙ୍ଗା ୭୬ ମିମି, ବଙ୍ଗୋମୁଣ୍ଡା ୭୪ ମିମି, ମୋହନା ୭୩.୮ ମିମି, ଦଶପଲ୍ଲା ୬୮ ମିମି, ଝରିଗାଁ ୬୮ ମିମି, ଫୁଲବାଣୀ ୬୨ ମିମି ଏବଂ ପର୍ଜଙ୍ଗରେ ୬୦ ମିମି ବର୍ଷା ହୋଇଛି। ଆଜି ଭବାନୀପାଟଣା, ଟିଟିଲାଗଡ ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ୨୭ରେ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମହାନଦୀ ଉପରମୁଣ୍ଡରୁ ଜଳଭଣ୍ଡାରକୁ ୯୪.୮୯୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୫ ହଜାର ୯୩୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି। କନ୍ଧମାଳ, ଅନୁଗୋଳ ଏବଂ ନୟାଗଡର କିଛି ଅଞ୍ଚଳରେ ମଧ୍ୟମ ବର୍ଷା ହୋଇଥିବାରୁ ଆଜି ମହାନଦୀର ଖଇରମାଳରେ ଜଳସ୍ତର ବଢିଛି। ଜଳକା ମଥାନୀରେ ବିପଦ ସଙ୍କେତ ଉପରେ ଚାଲିଥିବା ବେଳେ ପୁରୁଷୋତ୍ତମପୁରରେ ଋଷିକୂଲ୍ୟା, ପାନପୋଷ ଓ ଜେନାପୁରରେ ବ୍ରାହ୍ମଣୀ ଏବଂ ସୁନ୍ଦରଗଡରେ ଇବ୍‌ ଜଳସ୍ତର ବଢୁଛି; କିନ୍ତୁ ଏସବୁ ବିପଦ ସଙ୍କେତ ତଳେ ରହିଛି।

Breaking News