Report Card Odisha

| Daily Odia News

୪୦ ଡିଗ୍ରୀ ଉପରେ ୨୧ ସହର…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆକାଶରୁ ବରଷୁଛି ନିଆଁ। ତାତିରେ ଆଉଟ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ଏପ୍ରିଲ ପହିଲାରୁ ସାରା ପଶ୍ଚିମ ଓଡ଼ିଶା ଜଳୁଥିଲାବେଳେ ଏବେ ଉପକୂଳରେ ଭୀଷଣ ଖରା। ‌େ‌ଦ୍ବୖତନଗରୀ ସମେତ ଅନ୍ୟାନ୍ୟ ସ୍ଥାନରେ ପାରଦ ୪୧ଡିଗ୍ରୀ ଟପିଛି। ୪୨.୧ ଡିଗ୍ରୀ ସହ ଅନୁଗୋଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଅନ୍ୟପକ୍ଷରେ ପଶ୍ଚିମରେ ସାମାନ୍ୟ ତାପମାତ୍ରା କମିଛି। ତେବେ ଆଗାମୀ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫଳରେ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଗତ କିଛି ଦିନ ହେଲା ପଶ୍ଚିମରେ ସୁବର୍ଣ୍ଣପୁର, ବଲାଙ୍ଗୀର, ଟିଟିଲାଗଡ ଓ ବୌଦ୍ଧରେ ସର୍ବାଧିକ ତାପମାତ୍ରା ଅଧିକ ରହୁଥିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ବର ଏବଂ କଟକରେ ପାରଦ ୪୧ ଡିଗ୍ରୀ ଅତିକ୍ରମ କରିଛି। ଶନିବାର ରାଜଧାନୀ ଭୁବନେଶ୍ୱରର ସର୍ବୋଚ୍ଚ ଦିନ ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୪୧ ଡିଗ୍ରୀ ଛୁଇଁଛି। ଖରା ପ୍ରକୋପରେ ପଦାକୁ ବାହାରି ହେଉନାହିଁ। ଜରୁରୀ କାମରେ ପଦାକୁ ବାହାରିଲେ ମୁହଁ ପୋଡିଯାଉଛି।

Breaking News