Report Card Odisha

| Daily Odia News

ଦିଗପହଣ୍ଡିରେ ଡବଲ୍ ମର୍ଡର୍…..

ରିପୋର୍ଟ କାର୍ଡ / ଦିଗପହଣ୍ଡି

ଦିଗପହଣ୍ଡିରେ ଘଟି ଯାଇଛି ଡବଲ୍ ମର୍ଡର୍। ଶନିବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ସ୍ଥାନୀୟ ଲୋକ ମୃତଦେହକୁ ଦେଖିଥିଲେ । ମୃତଦେହକୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ-ଦିଗପହଣ୍ଡିର ଚଷାନିମଖଣ୍ଡି ଗାଁରୁ ଏହି ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଦୁଇ ଜଣଙ୍କ ପରିଚୟ ମିଳିଥିବା ବେଳେ ସେମାନେ ହେଉଛନ୍ତି ପାଳଝଡି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର । ବିଳମ୍ବିତ ରାତ୍ରିରେ ରାସ୍ତା କଡରୁ ଉଭୟଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିଲା । ପାଳଝଡି ଗାଁର ସଉରା ପାହାଡ ଓ ସିନ୍ଧି ଗାଁ ରାସ୍ତାରୁ ଉଭୟଙ୍କ ମୃ୍ତ ଶରୀର ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ଘଟଣା ପରେ ପରିବାର ଲୋକଙ୍କ ପକ୍ଷରୁ ଦିଗପହଣ୍ଡି ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Breaking News