Report Card Odisha

| Daily Odia News

୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି,ସବୁ ସ୍କୁଲ ଛୁଟି ଘୋଷଣା….

ରିପୋର୍ଟ କାର୍ଡ / ପୁରୀ

ପୁରୀ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା ହୋଇଛି । ବର୍ଷା ଯୋଗୁଁ ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ପୁରୀ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଉତ୍ତରରୁ ଦକ୍ଷିଣ ଏବଂ ଉପକୂଳରୁ ପଶ୍ଚିମ ସବୁଠି ବର୍ଷୁଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ଦିନ ସାରା ବର୍ଷା ଜାରି ରହିବ ବୋଲି ସୂଚନା ମିଳିଛି। ଏଥିପାଇଁ ଆଜି ପୁରୀ, ଖୋର୍ଦ୍ଧା, ଜଗସିଂହପୁର, କଟକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଭୁବନେଶ୍ଵରରେ ମଧ୍ୟ ଘଡଘଡି ସହ ପ୍ରବଳ ବର୍ଷା ହୋଇପାରେ। ସେପଟେ ବର୍ଷା ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିରର ଉତ୍ତର ପାର୍ଶ୍ବରେ ୧ ଫୁଟର ପାଣି ଜମିରହିଛି। ଫଳରେ ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ପରିସ୍ଥିତିକୁ ଦେଖି ପମ୍ପ ସେଟ୍ ଲଗାଇ ପାଣି ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି। ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୭ ପ୍ରତିଶତ ନିଅଁଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ୨୧ଟିଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ କେବଳ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ୮ଟି ଜିଲ୍ଲାରେ ଏବେ ବି ୧୯ ରୁ ୫୯ ପ୍ରତିଶତ ପର୍ଯ୍ୟନ୍ତ ନିଅଁଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

Breaking News