ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗ୍ରୀଷ୍ମ ପ୍ରବାହରେ ଭାଜି ହେଉଥିବା ରାଜ୍ୟ ବାସୀଙ୍କୁ ମିଳିବ ଅଶ୍ଵସ୍ତି | ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା । ଆସନ୍ତା ୫ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଦାନା ବନ୍ଧୁ ଥିବା କହିଛନ୍ତି ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଆର. କେ ଜେନାମଣି । ତାଙ୍କ କହିବା ଅନୁଯାୟୀ ଆସନ୍ତା ୪ ତାରିଖ ରାତି ବା ୫ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାନେଇ ସମ୍ଭାବନା ରହିଛି । ସେପଟେ ଆଜି ବି ଅସହ୍ୟ ତାତିରେ ସିଝୁଛି ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀ ପାଖାପାଖି ତାପମାତ୍ର ରହିଛି । ଝାରସୁଗୁଡ଼ାରେ ସର୍ବାଧିକ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସାଢ଼େ ୧୧ଟାରେ ତାପମାତ୍ରା ୩୯ ଡିଗ୍ରୀ ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଏଥି ସହିତ କେନ୍ଦୁଝରରେ ୩୯.୬ ଓ ସମ୍ବଲପୁରରେ ୩୯.୨ ଡିଗ୍ରୀ ତାପମାତ୍ରା ରହିଥିବା କୁହାଯାଇଛି ।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..