ରିପୋର କାର୍ଡ଼ / ଭୁବନେଶ୍ୱର
ଦୀର୍ଘ ୧୯ ମାସ ଧରି ଚାଲିଥିବା କୃଷକ ଆନ୍ଦୋଳନରେ ପଡ଼ିଛି ପୂର୍ଣ୍ଣଛେଦ। କୃଷକ ଆନ୍ଦୋଳନର ଐତିହାସିକ ବିଜୟ ହୋଇଛି | କେନ୍ଦ୍ର ସରକାର ଦ୍ୱାରା ପାରିତ ହୋଇଥିବା ୩ କୃଷି ଆଇନକୁ ପ୍ରତ୍ୟାହାର ନେଇ ନିଷ୍ପତ୍ତି ନେଇଛନ୍ତି ସରକାର | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି | ଏହା ପରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆନ୍ଦୋଳନରତ ଚାଷୀଙ୍କ ପାଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ପରିବାର ଓ ଚାଷ ଜମି ତାଙ୍କୁ ଅପେକ୍ଷା କରିଛି । ଘରକୁ ଫେରିଲେ ସେମାନେ ସ୍ୱାଗତ କରିବେ ବୋଲି ଟ୍ୱିଟର ଜରିଆରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଉ କହିଛନ୍ତିକି ଓଡ଼ିଶା ସରକାର ସର୍ବଦା ଚାଷୀଙ୍କ ସାଥିରେ । ଚାଷ ଓ ଚାଷୀର ଉନ୍ନତି ଆମ ସରକାରର ପ୍ରଧାନ ଉଦ୍ଦେଶ୍ୟ। ଚାଷୀଙ୍କ ସ୍ୱାର୍ଥକୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି ବୋଲି ଟ୍ୱିଟ କରି ନବୀନ କହିଛନ୍ତି ।






More Stories
ବିଧାୟକଙ୍କ ଦରମା ବୃଦ୍ଧି ନେଇ ହାଇକୋର୍ଟରେ ମାମଲା…..
ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଗଣିବେ ୧୦ ହଜାର…..
ଗଠନ ହେବ ୨୪ ନୂଆ ଏନଏସି ଓ ୫ ପୌର ପରିଷଦ……