ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରବିବାର ଭାରତୀୟ କ୍ରିକେଟ୍ ଦଳ ଇତିହାସ ରଚିଛି । ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଜିତିଛି। ସୂର୍ଯ୍ୟ କୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡକୁ ୨୫୬ ରନ୍ ର ଏକ ବିଶାଳ ଟାର୍ଗେଟ ଦେଇଥିଲା। ନ୍ୟୁଜିଲ୍ୟାଣ୍ଡ ସମ୍ପୂର୍ଣ୍ଣ ୨୦ ଓଭର ନ ଖେଳି ୧୫୯ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ଟିମ୍ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ୍ ଫାଇନାଲକୁ ୯୬ ରନ୍ ର ବିଶାଳ ବ୍ୟବଧାନରେ ଜିତି ଇତିହାସ ସୃଷ୍ଟି କରିଥିଲା। ସେପଟେ ଟିମ୍ ଇଣ୍ଡିଆର ବିଜୟ ପରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୱେଲ୍ ଡନ୍ ଟିମ୍ ଇଣ୍ଡିଆ କହି ସେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ବିଜୟ ଅସାଧାରଣ ଦକ୍ଷତା, ଦୃଢ଼ ନିଷ୍ପତ୍ତି ଓ ଟିମ୍ୱାର୍କକୁ ପ୍ରତିଫଳିତ କରୁଛି । ଏହି ବିଜୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଗର୍ବ ଏବଂ ଆନନ୍ଦରେ ଭରି ଦେଇଛି। ବହୁତ ଭଲ କରିଛି ଟିମ୍ ଇଣ୍ଡିଆ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଟିମ୍ ଇଣ୍ଡିଆକୁ ପ୍ରଶଂସା କରିଛନ୍ତି। କହିଛନ୍ତି ଏହି ବିଜୟ କ୍ରିକେଟପ୍ରେମୀଙ୍କ ପାଇଁ ଅପାର ଗୌରବ ଓ ଆନନ୍ଦ ଆଣିଛି। ମୁଁ କାମନା କରୁଛି, ଆମର କ୍ରିକେଟ୍ ଦଳ ଭବିଷ୍ୟତରେ ଗୌରବ ବଜାୟ ରଖୁ। ଅନ୍ୟପଟେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ଏବଂ ଏହି ଚମତ୍କାର ବିଜୟ ଭାରତୀୟଙ୍କ ହୃଦୟକୁ ଗର୍ବ ଓ ଆନନ୍ଦରେ ଭରି ଦେଇଛି ବୋଲି କହିଛନ୍ତି।






More Stories
ରାଷ୍ଟ୍ରପତି ଛିଡ଼ା ହୋଇଥିବା ବେଳେ ଆପଣ କାହିଁକି ବସିଛନ୍ତି…..
ଫେରିଲେଣି ୫୨ ହଜାର ଭାରତୀୟ……
ରାଷ୍ଟ୍ରପତିଙ୍କୁ ଅପମାନ:ମୋଦି-ମମତା ମୁହାଁମୁହିଁ…..