Report Card Odisha

| Daily Odia News

ପଶ୍ଚିମବଙ୍ଗରେ କରୋନା ସ୍ଥିତି ଅଣାୟତ…..

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବେକାବୁ | ଶନିବାର କରୋନା ସଂକ୍ରମଣ ୧୨.୦୨ ପ୍ରତିଶତ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ କଟକଣା ଲାଗୁକରିବାକୁ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ତେବେ ଗତ କିଛି ଦିନ ଧରି ଏଠାରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ୪୫୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯାହା ଶୁକ୍ରବାର ତୁଳନାରେ ୧୦୬୧ ଅଧିକ ଥିଲା । ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଆଶନ୍ତା ସପ୍ତାହରେ ସରକାର ନୂଆ କଟକଣା ଲାଗୁ କରିପାରନ୍ତି । କରୋନା ମାମଲା ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚୁଡାନ୍ତ ନିଷ୍ପତ୍ତି ନେବେ । ପଶ୍ଚିମବଙ୍ଗରେ ବଢୁଥିବା ମାମଲାକୁ ଦେଖି ସରକାର ଦୁଇଟି ବଡ କାର୍ଯ୍ୟକ୍ରମକୁ ରବ୍ଦ କରିଦେଇଛନ୍ତି । କୋଲକାତା ହାଇକୋର୍ଟରେ ମଧ୍ୟ ସୋମବାରଠୁ ଭର୍ଚୁଆଲରେ ଶୁଣାଣି ଆରମ୍ଭ ହେବ । ସୂଚନାଯୋଗ୍ୟ, ରାଜ୍ୟରେ ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କେବଳ କୋଲକାତାରେ ୨୩୯୮ ମାମଲା ସାମ୍ନାକୁ ଆସିଥିଲା । ଶୁକ୍ରବାର ମଧ୍ୟ ୩୪୫୧ ମାମଲା ମଧ୍ୟରୁ କୋଲକାତାରୁ ୧୯୫୪ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିପରି ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ।

Breaking News