ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଜାରି ରହିଛି ହିଂସା । ଏହାକୁ ଦୃଷ୍ଟିରେ ରଖି ଏଠାରେ ପୁଣି ଥରେ ମମତା ସରକାର ୧୪୪ ଧାରା ଲାଗୁ କରିଛନ୍ତି। ଏକାଧିକ ଲୋକ ରୁଣ୍ଡ ହେବା ନେଇ କଟକଣା ଲାଗୁ କରାଯାଇଛି। ଏହାକୁ ନେଇ ବିଜେପି ନେତା ବିରୋଧ କରିଛନ୍ତି। କେବଳ ବିଜେପି ନେତାଙ୍କ ପାଇଁ ଏହି ୧୪୪ ଧାରା ଲାଗୁ କରାଯାଇଛି। ଟିଏମ୍ସି ନେତାମାନେ ଏଠାରେ ବେଶ୍ ଆରାମରେ ବୁଲୁଥିବା ବିଜେପି ନେତା ସୁକାନ୍ତ ମୁଜମଦାର ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ୧୯ ଫେବ୍ରୁଆରୀରେ କଲିକତା ହାଇକୋର୍ଟ ସନ୍ଦେଶଖାଲିରେ ୧୪୪ ଧାରା ଲାଗୁ କରିବା ନେଇ ରୋକ ଲଗାଇଥିଲେ। ଏହା ସତ୍ତ୍ୱେ ମଧ୍ୟ ପ୍ରଶାସନ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅଣାଦେଖା କରି ପୂରା ଅଞ୍ଚଳରେ ପୁଣି ଥରେ କଟକଣା ଲାଗୁ କରିଛି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……