ରିପୋର୍ଟ କାର୍ଡ / କୋଲକାତା
ଦାଣ୍ଡିଆ ନୃତ୍ୟ କରି ଢାକ୍ ବଜାଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ଉଚ୍ଛ୍ବାସରେ କୋଲ୍କାତାର ବିଭିନ୍ନ ଦୁର୍ଗାପୂଜା ପେଣ୍ଡାଲ୍ ଉଦ୍ଘାଟନ କରୁଛନ୍ତି। ସାମାଜିକ ଗଣମାଧ୍ୟରେ ପ୍ରସାରିତ ହେଉଥିବା ସେଭଳି କେତେକ ଭିଡିଓରୁ ଗୋଟିକରେ ବୁଧବାର ଦିନ ସେ ଭବାନୀପୁରରେ ଦାଣ୍ଡିଆ ନୃତ୍ୟ କରି ‘ତୃଣମୂଳ କଂଗ୍ରେସ’ର କାଉନ୍ସିଲର୍ ଅସୀମ ବୋଷଙ୍କ ଦୁର୍ଗାପୂଜା ପେଣ୍ଡାଲ୍ ଉନ୍ମୋଚନ କରୁଛନ୍ତି। ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲିପୁରରେ ସୁରୁଚି ସଂଘ ପୂଜା ପେଣ୍ଡାଲ୍ ଉଦ୍ଘାଟନ କରିବା ଅବସରରେ ‘ଢାକ୍’ ବଜାଇ ଥିଲେ। ତାଙ୍କ ସାଥିରେ ଯାଇଥିଲେ କ୍ୟାବିନେଟ୍ ସହଯୋଗୀ ଫରିଦ୍ ହକିମ୍ ଓ ଅରୂପ ବିଶ୍ବାସ । ଭାଇରାଲ୍ ହୋଇଥିବା ଭିଡିଓରେ ଦେଖାଯାଉଛି, ରିବନ୍ ଫିତା କାଟିବା ପରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ କାନ୍ଧରେ ପକାଇଥିବା ‘ଢାକ୍’ ବଜାଇ ବଜାଇ ପେଣ୍ଡାଲ୍ ଆଡ଼କୁ ଯାଉଛନ୍ତି। ଫରିଦ୍ ହକିମ୍ ବି ତାଙ୍କ ସହିତ ମିଶି ‘ଢାକ୍’ ବଜାଇଥିଲେ। ସୂଚନାଯୋଗ୍ୟ, ‘ଉତ୍ସବେର୍ ଗାନ୍’ ଶୀର୍ଷକ ସ୍ବତନ୍ତ୍ର ଗୀତ ଆଲ୍ବମ୍ରେ ପ୍ରଥମ ଥର ପାଇଁ ଗୀତ ଗାଇ ମହାଳୟା ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲ୍କାତାରେ ଦୁର୍ଗାପୂଜା ଉତ୍ସବ ଆରମ୍ଭ କରିଥିଲେ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..