Report Card Odisha

| Daily Odia News

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା : ରାତିକରେ ୬ ମୃତ୍ୟୁ, ବୁଥ୍‌ ଜାଳିଦେଲେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଜାରି ରହିଛି ମତଦାନ । ଜୁନ୍‌ ୮ରେ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା ପରଠୁ ନିର୍ବାଚନୀ ହିଂସାରେ ଜଳୁଛି ପଶ୍ଚିମବଙ୍ଗ । ଗତ ରାତିକ ମଧ୍ୟରେ ପଶ୍ଚିମବଙ୍ଗରେ ୬ ଜଣଙ୍କ ହତ୍ୟା ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣ ଟିଏମସି କର୍ମୀ ଓ ଜଣେ ବିଜେପି କର୍ମୀ ବୋଲି ଜଣାଯାଇଛି। ଶନିବାର ସକାଳ ମଧ୍ୟରେ ମୁର୍ଶିଦାବାଦ ଅଞ୍ଚଳରେ ୩ ଜଣଙ୍କୁ ଓ କୁଚବିହାର ଅଞ୍ଚଳରେ ଜଣଙ୍କୁ ହତ୍ୟା କରାଯାଇଛି। ମୁର୍ଶିଦାବାଦର ବେଲଡାଙ୍ଗ ଅଞ୍ଚଳରେ ଜଣେ ଟିଏମ୍‌ସି କର୍ମକର୍ତ୍ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଖାରଗ୍ରାମରେ ଗତ ରାତିରେ ଜଣେ ଟିଏମ୍‌ସି କର୍ମକର୍ତ୍ତାଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ଶୁକ୍ରବାର ରାତିରେ ରେଜିନଗରରେ ବମ ବିସ୍ଫୋରଣରେ ଜଣେ ଟିଏମ୍‌ସି କର୍ମକର୍ତ୍ତାଙ୍କ ମୃତ୍ୟୁ ହୋଇଛି। ଏହାବାଦ କାଚବିହାରର ତୁଫାନଗଞ୍ଜରେ ଶନିବାର ସକାଳେ ଜଣେ ଟିଏମ୍‌ସି କର୍ମକର୍ତ୍ତାଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। କୁଚବିହାରର ଫୋଲିମାରି ଅଞ୍ଚଳରେ ଜଣେ ବିଜେପି ପୁଲିଂ ଏଜେଣ୍ଟଙ୍କୁ ଆଜି ସକାଳେ ଗୁଳି ମାରି ହତ୍ୟା କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣାଧୀନ କରିବାକୁ ୧.୩୫ ଲକ୍ଷ ଯବାନଙ୍କୁ ମୁତୟନ କରାଯାଉଛି। ଏହାସତ୍ତ୍ୱେ ରାଜ୍ୟରେ ହିଂସା ଥମିବା ନାଁ ଧରୁନି। ଆଜି ମତଦାନ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାସତ୍ତ୍ୱେ ମତଦାନ ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପୁଲିଂ ବୁଥରେ ନିଆଁ ଲଗାଯିବା ସହ ବାଲାଟ ପେପର ଲୁଟ୍‌ ହେବା ପରି ଘଟଣା ସାମନାକୁ ଆସିଛି।

Breaking News