ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନୀ ହିଂସା ଯୋଗୁ ପ୍ରଭାବିତ ହୋଇଥିବା ବୁଥଗୁଡ଼ିକରେ ଆଜି ହେଉଛି ସାନି ମତଦାନ ଜାରିରହିଛି। ରାଜ୍ୟର ୬୯୭ଟି ବୁଥରେ ପୁଣି ଥରେ ଭୋଟଗ୍ରହଣ କରାଯାଉଛି। ମାଲଦା, ନଦିଆ, ମୁର୍ଶିଦାବାଦ, ନଦିଆ, ପୁରୁଲିଆ, ବୀରଭୁମ୍, ଜଲପାଇଗୁଡ଼ି, ଦକ୍ଷିଣ ୨୪ ପ୍ରଗଣାର ଏକାଧିକ ବୁଥରେ ସାନି ମତଦାନ ଚାଲିଛି। ଏହା ମଧ୍ୟରେ ମୁର୍ଶିଦାବାଦରେ ସବୁଠୁ ଅଧିକ ୧୭୫ ବୁଥ୍ ଏବଂ ମାଲଦାରେ ୧୧୨ଟି ବୁଥ ରହିଛି। ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାର ନାଁ ନେଉନାହିଁ। ଗତକାଲି ବି ବିଭିନ୍ନ ସ୍ଥାନରେ ନିର୍ବାଚନ ଜନିତ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..