ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳ ପ୍ରକାଶ ପାଇବ । ଏଥିପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି। ଗତ ୮ ତାରିଖରେ ପଶ୍ଚିମବଙ୍ଗରେ ୭୪ ହଜାର ପଞ୍ଚାୟତ ପାଇଁ ମତାଦାନ ହୋଇଥିଲା। ରାଜ୍ୟର ୨୨ଟି ଜିଲ୍ଲାର ୩୩୯ କାଉଣ୍ଟିଂ ବୁଥରେ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉତ୍ତେଜନାମୂଳକ ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେଥିନିମନ୍ତେ ପ୍ରତି ବୁଥ୍ ବାହାରେ ପୁଲିସ୍ ଓ କେନ୍ଦ୍ରୀୟ ସୁରକ୍ଷା କର୍ମୀ ଜଗି ରହିଛନ୍ତି। ଗତ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ମାତ୍ରାଧିକ ହିଂସା କାଣ୍ଡ ଘଟିଥିଲା। ଏହାକୁ ନଜରରେ ରଖି ଗତକାଲି ୬୯୭ ବୁଥରେ ପୁଣି ଥରେ ମତଦାନ ହୋଇଥିଲା। ନିର୍ବାଚନୀ ହିସାଂକାଣ୍ଡ ନେଇ ପାଚିମବଙ୍ଗ ରାଜ୍ୟପାଳ ଦିଲ୍ଲୀ ଗସ୍ତ କରି ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ରିପୋର୍ଟ ହସ୍ତାନ୍ତର କରିଛନ୍ତି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..