Report Card Odisha

| Daily Odia News

ମମତାଙ୍କୁ ସୁପ୍ରିମକୋର୍ଟ ଝଟକା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ନିରପେକ୍ଷ ଭାବେ କରିବା ପାଇଁ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳ। ଫଳରେ ମମତା ସରକାରଙ୍କୁ ଲାଗିଛି ଶକ୍ତ ଝଟକା। କଲକତା ହାଇକୋର୍ଟ ହିଂସାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାରେ ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିବାବେଳେ ହାଇକୋର୍ଟ ଦେଇଥିବା ରାୟକୁ କାୟମ ରଖିଛନ୍ତି । ସେପଟେ ନାମାଙ୍କନ ପ୍ରତ୍ୟାହାର ପାଇଁ ଜୁନ୍ ୨୦ ହେଉଛି ଶେଷ ତାରିଖ। ସୁପ୍ରିମକୋର୍ଟ କହିଛନ୍ତି ଯେ ହିଂସା ପରିବେଶରେ ନିର୍ବାଚନ କରାଯାଇପାରିବ ନାହିଁ। ନିର୍ବାଚନ ନିରପେକ୍ଷ ଏବଂ ମୁକ୍ତ ହେବା ଉଚିତ୍। ରାଜ୍ୟ ସରକାରଙ୍କ ପାଖରେ ପୋଲିସ ଫୋର୍ସର ଅଭାବ ରହିଛି । ସେମାନେ ନିଜେ ସ୍ୱୀକାର କରିଛନ୍ତି ଯେ ଅନ୍ୟ ରାଜ୍ୟରୁ ପୁଲିସ ଫୋର୍ସ ଆଣିବାର ବ୍ୟବସ୍ଥା କରିବେ । ଏହି କାରଣରୁ ହାଇକୋର୍ଟ ଅନ୍ୟ ରାଜ୍ୟରୁ ପୁଲିସ ଡାକିବା ପରିବର୍ତ୍ତେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ମୁତୟନ କରିବାକୁ କହିଛନ୍ତି। ତେଣୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ । ପ୍ରକାଶ ଯେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟରେ ଉପୁଜିଥିବା ହିଂସା ସ୍ଥିତିକୁ ଦେଖି ହାଇକୋର୍ଟ ରାଜ୍ୟରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବାପାଇଁ ରାଜ୍ୟ ନିର୍ବାଚନ କମିସନ (ଏସ୍‌ଇସି)ଙ୍କୁ ନିର୍ଦେଶ ଦେଇଥିଲେ। ଏହାକୁ ବିରୋଧ କରି ରାଜ୍ୟ ସରକାର ଓ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Breaking News