ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡ଼ିଶାକୁ ପଶ୍ଚିମବଙ୍ଗ ସୀମାରେ ପୁଣି ଆଳୁ ଗାଡ଼ି ଅଟହୋଛି । ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହେଉଛନ୍ତି। କିଛିଦିନ ପୂର୍ବରୁ ଆଳୁକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ପର୍ଯ୍ୟନ୍ତ କଥା ଯାଇଥିଲା। ତେବେ ବିଧାନସଭା ଚାଲିଥିବାବେଳେ ପୁଣି ଦିଦିଙ୍କ ଆଳୁଗାଡି ଅଟକାଇବାକୁ ନେଇ ଗୃହରେ ଆଳୁ ପ୍ରସଙ୍ଗ ହୋଇଛି । ସୂଚନାଥାଉ କି, ବେଲଦାରେ ଶତାଧିକ ଆଳୁ ଟ୍ରକ ଅଟକି ରହିଛି। ଲକ୍ଷ୍ମଣନାଥ ଟୋଲ ଗେଟ୍ରୁ ୨୫ କିମି ଦୂରରେ ଅଟକିଛି ଆଳୁଗାଡ଼ି। ରାତିରୁ କାହିଁକି ଆଳୁ ଗାଡ଼ି ଅଟକି ରହିଛି ଜଣାପଡ଼ି ନାହିଁ। ଆଳୁ ଗାଡ଼ିକୁ ଜଗି ରହିଛନ୍ତି ପଶ୍ଚିମବଙ୍ଗ ପୋଲିସ।






More Stories
ଅଟୋ ଚାଳକଙ୍କ ହଙ୍ଗାମା;୪୦୦ ଗାଡ଼ି ଜବତ……
କଟିଲେ ୨୪.୩୩ ଲକ୍ଷ ଭୋଟର…..
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……