ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ପ୍ରାୟ ୨୦ ଲକ୍ଷ ହ୍ୱାଟସଆପ୍ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି । ମେ ୧୫ ତାରିଖରୁ ଜୁନ୍ ୧୫ ତାରିଖ ମଧ୍ୟରେ ଏହି ସମସ୍ତ ଆକାଉଣ୍ଟ ଗୁଡିକ ବନ୍ଦ କରାଯାଇଥିବା ନେଇ ହ୍ୱାଟସଆପ୍ ନିଜ ରିପୋର୍ଟରେ ଉଲ୍ଲେଖ କରିଛି । ଚଳିତ ମାସରେ ସମୁଦାୟ ୨ ଲକ୍ଷ ୧୧ ହଜାର ଆକାଉଣ୍ଟକୁ ବନ୍ଦ କରାଯାଇଥିବା ହ୍ୱାଟ୍ସଆପ୍ ପକ୍ଷରୁ ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ନୂତନ ଆଇଟି ନିୟମ ଅନୁଯାୟୀ ହ୍ୱାଟ୍ସଆପ୍ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ବ୍ୟାନ କରାଯାଇଥିବା ଆକାଉଣ୍ଟ ମଧ୍ୟରୁ ୯୫ ପ୍ରତିଶତ ଆକାଉଣ୍ଟକୁ ଅନଧିକାର ଭାବରେ ଅଧିକ ମେସେଜ୍ ପଠାଇବା କାରଣରୁ ବନ୍ଦ କରାଯାଇଛି । ଏହାକୁ ସ୍ପାମ ଭାବରେ ଅଭିହିତ କରାଯିବା ପରେ ହ୍ୱାଟ୍ସଆପ୍ ଏହି ପଦକ୍ଷେପ ଗ୍ରହଣ କରିଛି । ଉଲ୍ଲେଖଯୋଗ୍ୟ ଯେ, ମାସକୁ ସମଗ୍ର ବିଶ୍ୱରେ ୮୦ ଲକ୍ଷ ହ୍ୱାଟ୍ସଆପ୍ ଆକାଉଣ୍ଟ ବନ୍ଦ ଅଥବା ଅଚଳ କରାଯାଇଥାଏ । ଏହି ସମୟରେ ଆକାଉଣ୍ଟ ସହାୟତା ପାଇଁ ୭୦ଟି ଅନୁରୋଧ ଆସିଥିବା ବଳେ, ୨୦୪ଟି ବ୍ୟାନ୍ ଅପିଲ୍ ଆସିଥିଲା । ଏହି ଅଭିଯୋଗର ତଦନ୍ତ ପରେ ୬୩ଟି ଆକାଉଣ୍ଟକୁ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି । ବିଗତ ଦିନରେ ହ୍ୱାଟ୍ସଆପର ମୂଳ କମ୍ପାନୀ ଫେସବୁକ ପକ୍ଷରୁ ଏହାର ପ୍ରଥମ ମାସିକ ରିପୋର୍ଟ ଦାଖଲ କରାଯାଇଥିଲା । ଏହା ସହିତ ଆସନ୍ତା ୩୦-୪୫ ଦିନ ମଧ୍ୟରେ ହ୍ୱାଟ୍ସଆପ ନିଜର ସ୍ୱତନ୍ତ୍ର ଗାଇଡ ଲାଇନ ଆଣିବ ବୋଲି କୁହାଯାଇଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..