ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାରା ବିଶ୍ୱରେ ଚିନ୍ତା ବଢ଼ାଇଛି ମଙ୍କିପକ୍ସ । ବିଶ୍ୱର ୨୦ଟି ଦେଶରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ଡବ୍ଲୁଏଚଓର କହିବା ଅନୁଯାୟୀ ମଙ୍କିପକ୍ସ ଭୂତାଣୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ନିହାତି ଜରୁରୀ । ନହେଲେ ଏହା ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ବର୍ତ୍ତମାନ ଏହି ଭୂତାଣୁ ୨୦ଟି ଦେଶରେ ବ୍ୟାପିବାରେ ଲାଗିଛି । ମଙ୍କିପକ୍ସରେ ୨ଶହରୁ ଅଧିକ ଲୋକ ଆକ୍ରାନ୍ତ ହେଇସାରିଲେଣି । ତେଣୁ ଆଗକୁ ସତର୍କ ରହିବା ଜରୁରୀ ବୋଲି କହିଛି ଡବ୍ଲୁଏଚଓ । ଏଥି ସହିତ କଣ୍ଟାକ୍ଟ ଟ୍ରେସିଂ, ସଙ୍ଗରୋଧ ବ୍ୟବସ୍ଥା କରାଯିବା ନିହାତି ଆବଶ୍ୟକ ବୋଲି ଡବ୍ଲୁଏଚଓ ସୂଚନା ଦେଇଥିବା ବେଳେ ତାହାସହ ମଙ୍କିପକ୍ସ ଭୂତାଣୁ ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦେଇଛି । ଏବେ ୟୁରୋପ ଓ ଆମେରିକାରେ ଏହି ଭୂତାଣୁ ବ୍ୟାପିବାରେ ଲାଗିଛି । ଯାହାକି ବର୍ତ୍ତମାନ ବିଶ୍ୱରେ ଚିନ୍ତାର କାରଣ ପାଲଟିଛି ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..