ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଦୁଇଟି ଔଷଧକୁ ଅନୁମୁତି ଦେଇଛି। ବରିସିଟିନିବ ଏବଂ ସୋଟ୍ରୋଭିମାବ ଏହି ଦୁଇଟି ଔଷଧକୁ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବ୍ୟବହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି । ‘ହୁ’ର ନୂଆ ଗାଇଡ୍ଲାଇନରେ କରୋନାରେ ଗୁରୁତର ସଂକ୍ରମିତ ବ୍ୟକ୍ତିଙ୍କୁ ବରିସିଟିନିବ ଦେବାକୁ କୁହାଯାଇଛି । ସେହିପରି ଅଳ୍ପ ଲକ୍ଷଣ ଏବଂ ଲକ୍ଷଣବିହୀନ ରୋଗୀଙ୍କୁ ସୋଟ୍ରୋଭିମାବ ଦିଆଯିବାକୁ ପରାମର୍ଶ ଦିଆଯାଇଛି । ଏହା ପୂର୍ବରୁ ଆସନ୍ତା ବସନ୍ତ ଋତୁରେ କରୋନା ଭୟଙ୍କର ସ୍ଥିତି ସୃଷ୍ଟି କରିବ ଏବଂ ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ତେବେ କରୋନା ରୋଗୀଙ୍କ ଚିକିତ୍ସାରେ ଏହି ଦୁଇଟି ଔଷଧର ବ୍ୟବହାରକୁ ହୁର ଅନୁମତି ମିଳିବା ଏହି ଲଢେଇକୁ ଅଧିକ ବଳ ଦେବ।






More Stories
ରନ୍ଓ୍ବେରେ ପିଟିହେଲା ବିମାନ…..
ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ହତ୍ୟା……
ମୋଦୀ ଡାକିଲେ ଜରୁରୀ ବୈଠକ…..