Report Card Odisha

| Daily Odia News

ହୋମ୍ କ୍ୱାରେଣ୍ଟିନ୍‌ ପାଇଁ ଗାଇଡ୍‌ଲାଇନ୍‌ ଜାରି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହୋମ୍ ଆଇସୋଲେସନ ଗାଇଡ୍‌ଲାଇନ୍‌ ଜାରି ହୋଇଛି । କରୋନା ପଜିଟିଭ୍‌ ଚିହ୍ନଟ ହେଲେ କିଭଳି କେଉଁ ଆକ୍ରାନ୍ତ ହୋମ୍ ଆଇସୋଲେସନ୍‌ରେ ରହିବେ ସେନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ଗାଇଡ୍‌ଲାଇନ୍‌ ଜାରିକରିଛି । ସାମାନ୍ୟ ଲକ୍ଷଣ ତଥା ଲକ୍ଷଣହୀନ କରୋନା ସଂକ୍ରମିତ, ହୋମ୍ ଆଇସୋଲେସନରେ ରହିପାରିବେ ବୋଲି ମାର୍ଗଦର୍ଶିକା ଜାରି କରାଯାଇଛି । ଖାଲି ସେତିକି ନୁହେଁ ୬୦ରୁ ଉର୍ଦ୍ଧ୍ୱ ବୟସ୍କ, ବହୁବିଧ ରୋଗାକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ହୋମ୍ ଆଇସୋଲେସନ ପାଇଁ ଅନୁମତି ମିଳିବ । ହେଲେ ଡାକ୍ତରଙ୍କ ପରୀକ୍ଷାନିରୀକ୍ଷା ପରେ ମିଳିବ ହୋମ୍ ଆଇସୋଲେସନ ଅନୁମତି । ଟେଷ୍ଟ ପଜିଟିଭ ଆସିବାର ୭ ଦିନ ପର୍ଯ୍ୟନ୍ତ ଏହି ଆକ୍ରାନ୍ତ ହୋମ୍ ଆଇସୋଲେସନରେ ରହିପାରିବେ ବୋଲି କୁହାଯାଇଛି । ୭ ଦିନ ଭିତରେ ଲଗାତାର ୩ ଦିନ ଜ୍ୱର ନଆସିଲେ ସରିବ ଆଇସୋଲେସନ ଅବଧି । ଏମିତିକି ୭ ଦିନ ଭିତରେ ୩ ଦିନ ଜ୍ୱର ନଆସିଲେ ୭ ଦିନ ପରେ ରି-ଟେଷ୍ଟ କରିବାର ଆବଶ୍ୟକ ମଧ୍ୟ ନାହିଁ । ତେବେ ଲକ୍ଷଣହୀନ କଣ୍ଟାକ୍ଟମାନେ ଆଦୌ ଟେଷ୍ଟ କରିବା ଦରକାର ନାହିଁ ବୋଲି ମଧ୍ୟ କୁହାଯାଇଛି ।

Breaking News