Report Card Odisha

| Daily Odia News

ପ୍ରେମିକ ସହ ଲଜ୍‌ରୁ ମହିଳାଙ୍କୁ ଧରିଲା ସ୍ୱାମୀ…..

ରିପୋର୍ଟ କାର୍ଡ / ଖୋର୍ଦ୍ଧା

ସ୍ୱାମୀଙ୍କୁ ଛାଡ଼ି ପଡିଶା ଘର ଦିଅର ପ୍ରେମିକ ସହ ପଳାଇ ଯାଇଥିଲେ ମହିଳା । ଆଉ ଏବେ ଭୁବନେଶ୍ୱରରୁ ପ୍ରେମିକ ସହ ଲଜ୍‌ରୁ ଅସଂଯତ ଅବସ୍ଥାରେ ଧରା ପଡ଼ିଲେ ମହିଳା। ଏହି ଘଟଣା ଖୋର୍ଦ୍ଧା ଅଞ୍ଚଳରେ ଘଟିଛି | ସ୍ୱାମୀ ଜଣକ ପ୍ରେମ ବିବାହ କରିଥିଲେ। ଆଉ ସ୍ୱାମୀଙ୍କ ସହ ଘର ସଂସାର ଗଢ଼ିଥିଲେ। ପୁତ୍ର ସନ୍ତାନର ମାଆ ମଧ୍ୟ ହୋଇଥିଲେ। ସ୍ତ୍ରୀର ପରକୀୟା ପ୍ରୀତିକୁ ସନ୍ଦେହ କରି ଭୁବନେଶ୍ୱର ଅଶୋକ ନଗର ସ୍ଥିତ ନିଗମ ଲଜରୁ ସ୍ତ୍ରୀକୁ ଧରିଛି ସ୍ୱାମୀ । ଏନେଇ କ୍ୟାପିଟାଲ ଥାନାରେ ସ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ କରିଛନ୍ତି ସ୍ୱାମୀ ବଳରାମ ଜେନା । ମହିଳା ଜଣଙ୍କ ସୁନା ଚୁଡ଼ି, ସୁନା କାନଫୁଲ ଓ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇ ଆସିଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁଯାୟୀ-ଗତ ୧୪ ତାରିଖରୁ ଘରୁ ଲୁଚି ପଳାଇ ଆସିଥିଲେ ମହିଳା ଜଣଙ୍କ । ଆସିବା ବେଳେ ଶଶୁର ଘରୁ ମହିଳା ଜଣଙ୍କ ସୁନା ଚୁଡ଼ି, ସୁନା କାନଫୁଲ ଓ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇ ଆସିଥିଲେ । ଫେରାର ହୋଇଯିବା ପରେ ଅନ୍ୟ ଜଣେ ଯୁବକ ସହ ଅଶୋକ ନଗରର ଏକ ଲଜରେ ରହୁଥିଲେ। ନିଗମ ଲଜର ରୁମ ନମ୍ବର ୧୫ରେ ଲୁଚି ରହୁଥିଲେ ମହିଳା ଓ ତାଙ୍କ ପ୍ରେମିକ । ଏହାପରେ ସ୍ତ୍ରୀର ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ୱାମୀ ସ୍ତ୍ରୀର ଅନୁସନ୍ଧାନ କରିଥିଲେ । ଅଶୋକ ନଗରର ଏକ ଲଜରେ ସ୍ତ୍ରୀ ରହୁଥିବା ଖବର ପାଇ ସ୍ୱାମୀ ହଠାତ ସେଠାରେ ପହଞ୍ଚିଥିଲେ । ସ୍ୱାମୀଙ୍କ ଏତଲା ପରେ ମହିଳାଙ୍କୁ ଉଦ୍ଧାର କରିଛି କ୍ୟାପିଟାଲ ଥାନା ପୋଲିସ ।

 

 

Breaking News