ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନେକ ସମୟରେ ସ୍ୱାମୀ ସ୍ତ୍ରୀକୁ ନିର୍ଯାତନା ଦେଉଥିବା ସମସ୍ତେ ଶୁଣିଥିବେ | କିନ୍ତୁ ଉତ୍ତର ପ୍ରଦେଶ କୂଶୀନଗରରୁ ଏକ ଆଶ୍ଚର୍ଯ୍ୟଚକିତ ମାମଲା ସାମ୍ନାକୁ ଆସିଛି। ସ୍ୱାମୀର ପ୍ରାଇଭେଟ ପାର୍ଟକୁ ପତ୍ନୀ କାଟି ଦେଇଛନ୍ତି | ବିହାର ଗୋପାଳଗଞ୍ଜରୁ ନିଜ ପତ୍ନୀକୁ ମନାଇବାକୁ ଉତ୍ତର ପ୍ରଦେଶ ସ୍ଥିତ ନିଜ ଶ୍ୱଶୁରଘରକୁ ଯାଇଥିଲେ। ପତ୍ନୀ ବ୍ଲେଡରେ ସ୍ୱାମୀର ପ୍ରାଇଭେଟ ପାର୍ଟ କାଟିଦେଇ ଘରୁ ଫେରାର ହୋଇଯାଇଥିବା ନେଇ ଜଣା ପଡିଛି। ପୀଡିତ ଯୁବକଙ୍କୁ ଗୋପାଳଗଞ୍ଜ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୀଡିତ ଗୋବିନ୍ଦା କୁମାର କହିଛନ୍ତି ଯେ ୮ ମାସ ପୂର୍ବରୁ କୂଶୀନଗର ହରବଂଶପୁରର ବିଭାଙ୍କ ସହ ତାଙ୍କର ବାହାଘର ହୋଇଥିଲା। ବାହାଘର କିଛି ଦିନ ପରେ ତାଙ୍କ ପତ୍ନୀ ଶାଶୁଘରୁ ମିଳିଥିବା ଗହଣା ନେଇ ଫେରାର ହୋଇଯାଇଥିଲେ। ୪୦ ଦିନ ପରେ ସେ ସ୍ତ୍ରୀକୁ ବୁଝାଇ ସୁଝାଇ ଘରକୁ ଆଣିଥିଲେ। କିନ୍ତୁ ତାଙ୍କ ପତ୍ନୀ ପୁଣି ଘର ଛାଡି ଫେରାର ହୋଇଯାଇଥିଲେ ଓ ନିଜ ମାଘରେ ଥିଲେ।ବୁଧବାର ଅପରାହ୍ନରେ ତାଙ୍କ ପତ୍ନୀ ତାଙ୍କୁ ଫୋନ କରି ଶ୍ୱଶୁରଘରକୁ ଡାକିଥିଲେ ଓ ତାଙ୍କ ସହ ଫେରିଯିବେ ବୋଲି କହିଥିଲେ। ପତ୍ନୀଙ୍କ ସହ କଥା ହେବାପରେ ସେ ଶ୍ୱଶୁରଘର ପହଞ୍ଚିଥିଲେ। ସ୍ୱାମୀ-ସ୍ତ୍ରୀ ରାତିରେ ମିଶି ଖାଇଲେ ଓ ଖାଇବା ପରେ ଦୁହେଁ ଶୋଇବାକୁ ଗଲେ। ରାତିରେ ଶୋଇଥିବା ସମୟରେ ଅନ୍ଧାର ରାତିରେ ମହିଳା ନିଜ ସ୍ୱାମୀଙ୍କ ପ୍ରାଇଭେଟ ପାର୍ଟ ବ୍ଲେଡରେ କାଟିଦେଇଥିଲେ ଓ ନିଜ ଘରୁ ଫେରାର ହୋଇଗଲେ। ପୀଡିତ ଯୁବକ ଏ ସମ୍ବନ୍ଧରେ ନିଜ ଘର ଲୋକଙ୍କୁ ସୂଚନା ଦେଇଥିଲେ। ଘରଲୋକ ତୁରନ୍ତ ଆସି କୂଶୀନଗରରେ ପହଞ୍ଚିଥିଲେ ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।ପୋଲିସ ପୀଡିତ ଯୁବକଙ୍କ ବୟାନ ରେକର୍ଡ କରିଛି।
Discussion about this post