ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଦ ନ ମିଳିବାରୁ ସାନିଟାଇଜର ପିଇ ୩ ଭାଇଙ୍କର ମୃତ୍ୟୁ ହୋଇଛି | ଏଭଳି ଘଟଣା ଘଟିଛି ଭୋପାଳର ଜାହାଙ୍ଗୀରବାଦରେ | ଗୋଟିଏ ପରିବାରର ୩ ଭାଇ ସାନିଟାଇଜର ପିଇ ପ୍ରାଣ ହରାଇଛନ୍ତି | ମିଳିଥିବା ସୂଚନା ଅନୁସାରେ- ସେହି ୩ ଭାଇ ଗୋଟିଏ ପରିବାରର ଓ ସମସ୍ତେ ଦିନ ମଜୁରିଆ ବୋଲି ଜଣାପଡିଛି। ତିନିଜଣଙ୍କ ମଧ୍ୟରୁ ଜଣେ ଭାଇ ଜାହାଙ୍ଗୀରବାଦରେ ଏବଂ ଅନ୍ୟ ଦୁଇଜଣ ଏମପି ନଗରରେ ପ୍ରାଣ ହରାଇଛନ୍ତି। ମାର୍ଚ୍ଚ ୨୧ରେ କୋଭିଡ ପ୍ରତିବନ୍ଧକ ହେତୁ ମଦ ନ ମିଳିବାରୁ ପୀଡିତମାନେ ସାନିଟାଇଜର ପିଇଥିଲେ। ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି। ଭୋପାଳ ସହକାରୀ ପୋଲିସ ଅଧୀକ୍ଷକ କହିଛନ୍ତି ଯେ ୩ ଭାଇ ମଦ୍ୟପାନ କରି ମୃତ୍ୟୁବରଣ କରିଥିବା ସୂଚନା ଆମକୁ ମିଳିଛି। ଆମେ ଜାଣି ନାହୁଁ ସେମାନେ କେଉଁଠାରେ ଓ କେଉଁ ପରିସ୍ଥିତିରେ ବସି ସାନିଟାଇଜର ପିଇଥିଲେ। ଏହି ଘଟଣାରେ ଆମେ ଅନୁସନ୍ଧାନ କରିବୁ।
More Stories
ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ଭତ୍ତା ବୃଦ୍ଧି…..
ବିମାନ ଦୁର୍ଘଟଣାରେ ଲୁହା ଜଳିଗଲା, ହେଲେ ସୁରକ୍ଷିତ ଭଗବତ ଗୀତା….
ଇରାନ ସେନା ମୁଖ୍ୟ,କମାଣ୍ଡରଙ୍କ ସହିତ ୨ ବୈଜ୍ଞାନିକଙ୍କ ମୃତ୍ୟୁ…..