ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିକାଲି ପରକୀୟା ପ୍ରୀତିର କରୁଣ ପରିସ୍ଥିତି ସବୁ ଦେଖିବାକୁ ମିଳୁଛି। ଉତ୍ତରପ୍ରଦେଶର ଜଣେ ୨୨ ବର୍ଷୀୟା ମହିଳା ବିବାହର ଦୁଇ ସପ୍ତାହ ପରେ ତାଙ୍କ ପ୍ରେମିକଙ୍କ ସହିତ ମିଶି ସ୍ବାମୀଙ୍କ ହତ୍ୟା କରିଥିବା ଜଣାପଡ଼ିଛି। ଉତ୍ତର ପ୍ରଦେଶର ଆଉରିଆ ଜିଲ୍ଲାରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଚୁକ୍ତିଭିତ୍ତିକ ହତ୍ୟାକାରୀମାନଙ୍କୁ ନିଯୁକ୍ତି ଦେଇଥିଲେ ବୋଲି ଜାଣିବାକୁ ମିଳିଛି। ପୋଲିସ ସୂଚନା ଅନୁଯାୟୀ, ଦୁଇ ଅଭିଯୁକ୍ତ ପ୍ରଗତି ଯାଦବ ଓ ଅନୁରାଗ ଯାଦବ ଗତ ଚାରି ବର୍ଷ ଧରି ସମ୍ପର୍କରେ ଥିଲେ। କିନ୍ତୁ, ସେମାନଙ୍କ ପିତାମାତା ସେମାନଙ୍କ ସମ୍ପର୍କକୁ ଅନୁମୋଦନ ଦେଇନଥିଲେ। ଫଳରେ ପ୍ରଗତି ଅନ୍ୟତ୍ର ବିବାହ କରିଥିଲେ। ମାର୍ଚ ୫ ତାରିଖରେ ପ୍ରଗତିକୁ ତାଙ୍କ ଘର ଲୋକ ଜୋରଜବରଦସ୍ତ ଦିଲୀପଙ୍କ ସହିତ ବିବାହ କରାଇ ଦେଇଥିଲେ। ମାର୍ଚ ୧୯ ତାରିଖରେ ପୋଲିସ ଦିଲୀପଙ୍କୁ ଏକ କ୍ଷେତରେ ଗୁଳି ବାଜି ଗୁରୁତର ଆହତ ଅବସ୍ଥାରେ ପଡ଼ିଥିବାବ ଦେଖିଥିଲା। ତାଙ୍କୁ ଚିକିତ୍ସା ପାଇଁ ବିଧୁନାର ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଆହୁରି ଖରାପ ହେବାରୁ ତାଙ୍କୁ ସାଇଫାଇ ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ ମଧ୍ୟପ୍ରଦେଶର ଗ୍ୱାଲିୟରକୁ ସ୍ଥାନାନ୍ତର କରାଯାଇଥିଲା। ୨୫ ବର୍ଷୀୟ ପୀଡିତଙ୍କୁ ମାର୍ଚ ୨୦ ତାରିଖରେ ଆଉରିଆର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ତାଙ୍କର ଗୋଟିଏ ଦିନ ପରେ ମୃତ୍ୟୁ ହୋଇଥିଲା ବୋଲି ଅଧିକାରୀମାନେ କରିଛନ୍ତି।ଘଟଣା ପରେ, ପୀଡିତଙ୍କ ଭାଇ ସହର ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିଲେ। ତଦନ୍ତ ପରେ ଜଣାପଡିଲା ଯେ ବିବାହ ପରେ ପୀଡିତଙ୍କ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ପରସ୍ପରକୁ ଭେଟି ପାରୁ ନଥିବାରୁ ସେମାନେ ସ୍ୱାମୀଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ପୋଲିସ କହିଛି ଯେ ଦିଲୀପଙ୍କୁ ହତ୍ୟା କରିବା ପାଇଁ ଦୁହେଁ ଜଣେ କଣ୍ଟ୍ରାକ୍ଟ କିଲର ରାମାଜୀ ଚୌଧୁରୀଙ୍କୁ ନିଯୁକ୍ତ କରିଥିଲେ ଏବଂ ଏହି କାମ କରିବା ପାଇଁ ତାଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ।
More Stories
ଆସନ୍ତାକାଲି ସଂସଦରରେ ଆଗତ ହୋଇପାରେ ଓ୍ବାକଫ୍ ବିଲ୍…..
ସେପ୍ଟେମ୍ବରରେ ଅବସର ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି:ସଞ୍ଜୟ…..
ଉତ୍ତରାଖଣ୍ଡର ୧୧ ଟି ସ୍ଥାନର ନାମ ପରିବର୍ତ୍ତନକଲେ ସରକାର…..