ରିପୋର୍ଟ କାର୍ଡ / ଭୁବନେଶ୍ୱର
ରସିକିଆ ନକଲି ଡାକ୍ତର ରମେଶଚନ୍ଦ୍ର ସ୍ବାଇଁଙ୍କ ପତ୍ନୀ କମଳା ସ୍ୱାଇଁଙ୍କୁ କମିସନରେଟ ପୋଲିସର ପିଙ୍କ ଟିମ ଗିରଫ କରିଥିବାର ସୂଚନା ମିଳିଛି। କମଳା ଥିଲେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ଵିତୀୟ ପତ୍ନୀ। ମୋଷ୍ଟ ୱାଣ୍ଟେଡ କମଳାଙ୍କୁ ରାଜ୍ୟ ବାହାରୁ ଗିରଫ କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ନକଲି ଡାକ୍ତର ରମେଶ ଓ ତା’ ସହଯୋଗୀ ବିଶ୍ବରଂଜନ ଦାସକୁ ରିମାଣ୍ଡରେ ଆଣିଥିଲା, ସେଭଳି କିଛି ହେଲା ନାହିଁ। ଓଲଟି ଜେରା ବେଳେ ଦୁହେଁ ପୋଲିସକୁ ନାକେଦମ୍ କଲେ। ୟାଡୁସିଆଡୁ ମିଛ କଥା କହି ପୁଲିସକୁ ଭୁଆଁ ବୁଲାଇଲେ। ତେଣୁ ବାଧ୍ୟ ହୋଇ ରିମାଣ୍ଡ ଅବଧି ସରିବାର ଦିନକ ପୂର୍ବରୁ ପୋଲିସ ଉଭୟଙ୍କୁ କୋର୍ଟରେ ହାଜର କରାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା। ଗତ ମାସ ୨୮ ତାରିଖରେ ପୋଲିସ ରମେଶର ସହଯୋଗୀ ବିଶ୍ବରଂଜନ ଦାସକୁ ଗିରଫ କରିଥିଲା। ସେ ରମେଶର ସୋସିଆଲ୍ ମିଡିଆ ଆକାଉଣ୍ଟ ସମ୍ଭାଳୁଥିଲା।






More Stories
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….