Report Card Odisha

| Daily Odia News

ଏହି ମହିଳାଙ୍କୁ ନିଜ ଜୀବନସାଥୀ କରିବାକୁ ଚାହୁଁଛନ୍ତି ରାହୁଲ ଗାନ୍ଧୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିବାହ ପାଇଁ ମୋତେ ଜଣେ ବୁଦ୍ଧିମାନ ମହିଳା ଦରକାର। ଏଭଳି ବୟାନ ଦେଇ ଏବେ ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ କର୍ଲି ଟେଲ୍ସ ସହ ସାକ୍ଷାତକାରର ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରିଥିବା ବେଳେ ଏଥିରେ ସେ ନିଜ ବିବାହ ଯୋଜନା ବିଷୟରେ କହିଥିବା ଦେଖାଯାଇଛି। କର୍ଲି ଟେଲ୍ସର ଉପସ୍ଥାପିକା କାମ୍ୟା ଜାନିଙ୍କ ପ୍ରଶ୍ନର ଉତ୍ତର ରଖି ସେ କିଭଳି ମହିଳାଙ୍କୁ ନିଜ ଜୀବନସାଥୀ କରିବେ ତାହା କହିଛନ୍ତି। ୟୁଟ୍ୟୁବରେ ସେୟାର କରାଯାଇଥିବା ଭିଡିଓରେ କାମ୍ୟା, ରାହୁଲଙ୍କୁ ପ୍ରଶ୍ନ କରୁଛନ୍ତି ଯେ “ଆପଣ ଶୀଘ୍ର ବିବାହ କରିବାକୁ ଯୋଜନା କରୁଛନ୍ତି କି? ଏହାର ଉତ୍ତରରେ ରାହୁଲ କହୁଛନ୍ତି, “ଯେତେବେଳେ ଜଣେ ସଠିକ୍ ଜୀବନସାଥୀ ପାଇବି, ମୁଁ ବିବାହ କରିବି।” ଏହା ଶୁଣିବା ପରେ କାମ୍ୟା ପଚାରୁଛନ୍ତି କିଭଳି ମହିଳାଙ୍କୁ ଆପଣ ବିବାହ କରିବାକୁ ଚାହୁଁଛନ୍ତି | ସେନେଇ କିଛି ମାନଦଣ୍ଡ ଅଛି କି | ଏହାର ଉତ୍ତରରେ ରାହୁଲ କହୁଛନ୍ତି, “ନା, ମାତେ କେବଳ ଜଣେ ସ୍ନେହୀ ବ୍ୟକ୍ତି ଦରକାର, ଯିଏ ବୁଦ୍ଧିମାନ ହୋଇଥିବେ।”

Breaking News